ଭୂକମ୍ପରେ ଥରିଲା ଦଶପଲ୍ଲା ମାଟି

ନୟାଗଡ ୧୫/୦୪: ନୟାଗଡ଼ ଦଶପଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ସହର ଓ ଆଖପାଖ ଅଞ୍ଚଳରେ ଲାଗିଛି ଭୂକମ୍ପର ଝଟ୍‌କା । ୫ ସେକେଣ୍ଡ ଲେଖାଏଁ ଦୁଇ ଥର ଭୂମିକମ୍ପ ଅନୁଭବ ହୋଇଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଭୂକମ୍ପର ଝଟକା ପରେ ଲୋକେ ଭୟଭୀତ ହୋଇପଡିଛି । ଏମିତିକି ଲୋକେ ଘରୁ ବାହାରକୁ ବାହିର ପଳାଇଆସିଥିଲେ । ଏବେ କ୍ଷୟକ୍ଷତିର ଆକଳନ ଚାଲିଛି । ଏହି ଭୂକମ୍ପର ତୀବ୍ରତା କେତେ ଥିଲା ତାହା ବି ଏବେ ସୁଦ୍ଧା ଜଣାପଡିନି ।

Comments (0)
Add Comment