ବଢ଼ିଲା LPG ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ତ୍ରାହି ନାହିଁ। ଭୋଟ ପୂର୍ବରୁ କମିଯାଉଛି ଦରଦାମ। ଆଉ ନିର୍ବାଚନ ଜିତିବା ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ପେଟ୍ରୋଲ, ଡିଜେଲ ଦରରେ ବୃଦ୍ଧି ଯୋଗୁ ପୂର୍ବରୁ ସବୁ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି। ଖାଇବା ତେଲ ଠାରୁ ଆରମ୍ଭ କରି ପନିପରିବା ଓ ରାସନ ସାମଗ୍ରୀ ସବୁ ମହଙ୍ଗା। ଏବେ ପୁଣି ହାଣ୍ଡିଶାଳକୁ ମାଡ଼ କରିଛି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି। ଆଜି(ରବିବାର) ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି। ୧୯ କେଜି କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୧୦୨.୫୦ ପଇସା ବଢ଼ିଛି। ମୂଲ୍ୟ ବୃଦ୍ଧି ହେବା ପରେ ବର୍ତ୍ତମାନ ଏହି ସିଲିଣ୍ଡର ମୂଲ୍ୟ ୨୩୫୫.୫୦ ହୋଇଛି। ପୂର୍ବରୁ ଏହାର ମୂଲ୍ୟ ୨୨୫୨ ଟଙ୍କା ଥିଲା। ସେହିପରି ୫ କେଜିଆ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି କରିଛି କମ୍ପାନୀ। ବର୍ତ୍ତମାନ ୫ କେଜି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୬୫୫ ଟଙ୍କା ହୋଇଛି। ପୂର୍ବରୁ ଏପ୍ରିଲ ୧ ତାରିଖରେ ୧୯ କେଜିଆ କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଫଳରେ ଏହାର ମୂଲ୍ୟ ୨,୨୫୩ ହୋଇଥିଲା। ସେହିପରି ମାର୍ଚ୍ଚ ୧ ତାରିଖ(ଆଜି) କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ୧୦୫ ଟଙ୍କା ବୃଦ୍ଧି ପାଇଥିଲା। ଗତ ୩ ମାସ ହେଲା ୧ ତାରିଖରେ ଏଲ୍‌ପିଜି ତାର ସିଲିଣ୍ଡର ମୂଲ୍ୟରେ ଅହେତକୁ ବୃଦ୍ଧି କରି ଚାଲିଛି।

Comments (0)
Add Comment