୧୨ ଲକ୍ଷ ଟଙ୍କାର ସୁନା ଜବତ, ସ୍ୱାମୀ-ସ୍ତ୍ରୀ ଗିରଫ

ପୁରୀ ୦୩`.୦୫: ମାଳତୀପାଟ ପୁର ବସଷ୍ଟାଣ୍ଡରୁ ସୁନା ଜବତ କରିଛି ପୋଲିସ୍‌ । ସୁନା ଚୋରି ଅଭିଯୋଗରେ ସଦର ଥାନା ପୋଲିସ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି। ଜବତ ସୁନାର ମୁଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।‌ ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୪୮ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ଗିରଫ ଦମ୍ପତି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଅରଗୁଳ ଅଞ୍ଚଳର ରବିନ୍ଦ୍ରନାଥ ବାରିକ। ପୁରୀ ବାଲିଘାଟରେ ଏହି ଦମ୍ପତି ରହୁଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ଏକ ପ୍ରେସ ବିବୃତିରେ ମାଧ୍ୟମରେ ପୁରୀ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି।

Comments (0)
Add Comment