ନବୀନଙ୍କ ନିର୍ଦ୍ଧେଶ ଅନୁସାରେ ଇସ୍ତଫା ଦେଲେ ସବୁ ମନ୍ତ୍ରୀ |

ନବୀନଙ୍କ ମନ୍ତ୍ରିମଣ୍ଡଳ ରେ ଅଦଳବଦଳ ,ଆସନ୍ତା ରବିବାର ଦିନ ୧୧ ଟା ୪୫ ରେ ରାଜଭବନ କନଭେନସନ ହଲରେ ନୂଆ ମନ୍ତ୍ରୀ ଶପଥ ନେବେ ।ଅଚାନକ ଭାବେ ଅନେକ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ଫୋନ କଲ୍‌ ଯାଇଥିଲା। ଯେଉଁମାନଙ୍କ ଭିତରେ ସର୍ବାଗ୍ରେ ରହିଛି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁ। ଇତି ମଧ୍ୟରେ ବାଚସ୍ପତି ମଧ୍ୟ ନିଜ ଇସ୍ତଫା ଦେଇ ସାରିଲେଣି। ଏପରିକି ତାଙ୍କ ଇସ୍ତଫା ପତ୍ରକୁ ଉପ ବାଚସ୍ପତି ଗ୍ରହଣ ମଧ୍ୟ କରି ସାରିଛନ୍ତି। କେବଳ ସୂର୍ଯ୍ୟ ପାତ୍ର ନୁହଁନ୍ତି। ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ରଘୁନନ୍ଦନ ଦାସ, ପଦ୍ମନୀ ଦିଆନ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିକ୍ରମ ଆରୁଖ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ପ୍ରମୁଖଙ୍କୁ ମଧ୍ୟ ବଦଳ କରାଯିବାକୁ ଏକପ୍ରକାର ସ୍ଥିର କରାଯାଇଛି ବୋଲି ସୂଚନା ମିଳୁଛି। ମନ୍ତ୍ରିମଣ୍ଡଳରେ ଯେଉଁ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଭଲ ନ ଥିଲା, ଏବଂ ଯେଉଁମାନେ ବିବାଦ ଘେରରେ ରହିଥିଲେ। ସେମାନଙ୍କୁ ଏହି ପାଳିରେ ବାଦ୍ ଦେବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କ ସ୍ଥାନରେ ୧୦ରୁ ୧୨ ନୁଆ ମୁହଁ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଖବର ଅନୁଯାୟୀ, ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେଇଥିବା କଥା ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମଧ୍ୟ ଇସ୍ତଫା ଦେଇଥିବା କଥା ନିଜେ ସ୍ବୀକାର କରିଛନ୍ତି।

Comments (0)
Add Comment