ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଂଚଳ ରେ ନୂଆପାଲ୍ଲୀ ଗ୍ରାମ ର ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା ର ନ୍ୟାୟ ପାଇଁ କେନ୍ଦ୍ର ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଭାରତୀୟ ବିକାଶ ପରିଷଦ ର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସ | ଏହି ଜଘନ୍ୟ ହତ୍ୟା କାଣ୍ଡ ଘଟଣା ର ମାନ୍ୟବର କମିଶନ ୮ ସପ୍ତାହ ଭିତରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନୟାଗଡ଼ SP ଙ୍କୁ ନିର୍ଦେଶ କରିଛନ୍ତି |