କୁମ୍ବିଂ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ, ୧୨ ଜୁନ୍ – କନ୍ଧମାଳ ପୋଲିସକୁ ବଡ଼ ସଫଳତା। ଏସଓଜି ଓ ଡ଼ିଭିଏଫ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତି । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରୱାଲା ସୂଚନା ଦେଇଛନ୍ତି । ଚଢ଼ଉ ପରେ ସେଠାରୁ ବିପୁଳ ମାତ୍ରାର ବିସ୍ଫୋରକ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲୋଟିନ୍ ଷ୍ଟିକ୍, ଇନସାସ ମାଗାଜିନ୍, ମାଗାଜିନ ପ୍ରସ୍ତୁତ ଉପକରଣ, ମାଓ ୟୁନିଫର୍ମ, ଔଷଧ, ଗର୍ଭ ନିରୋଧକ ବଟିକା, ସୌର ଉପକରଣ ଆଦି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ସଶିକେତା ଗ୍ରାମ ନିକଟରୁ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ଏ ସବୁ ସାମଗ୍ରୀ ଜବତ କରାଯାଇଛି।

ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ବିନିତ ଅଗ୍ରଓ୍ବାଲ ଉପରୋକ୍ତ ସୂଚନା ଦେଇଛନ୍ତି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ, ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ଏବଂ ଡିଭିଏଫ୍ ଯବାନଙ୍କ ଦ୍ବାରା ମିଳିତ କୁମ୍ବିଂ ଅପରେସନ୍ କରାଯାଇଥିଲା। ଅପରେସନ ବେଳେ ସଶିକେତା ଗ୍ରାମ ନିକଟ ଜଙ୍ଗଲରେ ଥିବା ଏକ ପଥର କୋରଡ଼ ମଧ୍ୟରେ ଲୁଚାଇ ରଖାଯାଇଥିବା ଏହିସବୁ ସାମଗ୍ରୀ ଠାବ କରିଥିଲା ପୋଲିସ ବାହିନୀ। ମାଓବାଦୀମାନେ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଅନୁମାନ କରାଯାଉଛି। ସେମାନେ ଅଭ୍ୟାସ ତଥା ବିଶ୍ରାମ ପାଇଁ ଏହି ସ୍ଥାନକୁ ଉପଯୋଗ କରୁଥିଲେ।

Comments (0)
Add Comment