ସଂସ୍କୃତି ସହ ନୂଆ ପିଢ଼ିକୁ ଯୋଡ଼ିଛି ଆଦର୍ଶ ରଜ- ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ

ଘସିପୁରା, ୧୬ ଜୁନ – ଓଡ଼ିଆ ସଂସ୍କୃତି, ପର୍ବ ଓ ପରମ୍ପରାର ମହନିୟତା ରହିଛି। କୃଷିଭିତ୍ତିକ ପର୍ବ ରଜ ଆଜି ବିଭିନ୍ନ ଅଞ୍ଚଳରେ ହଜିବାକୁ ବସିଛି। ହେଲେ ଆଦର୍ଶ ରଜ ଉତ୍ସବ ଏଥିରେ ବ୍ୟତିକ୍ରମ ସାଜିଛି। ଓଡ଼ିଆ ସଂସ୍କୃତି ସହ ନୂତନ ପିଢ଼ିକୁ ଆଦର୍ଶ ରଜ ଉତ୍ସବ ଯୋଡିଛି ବୋଲି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି। ଘସିପୁରା ଆଦର୍ଶ ରଜ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ମତ ରଖିଛନ୍ତି ଶ୍ରୀ ସାମଲ।

ଆଦର୍ଶ ସେବା ସଂଘ ସଭାପତି ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘର ପୂର୍ବତନ ସଭାପତି ରାମଚନ୍ଦ୍ର ଭୂୟାଁ, କଟକ ଷ୍ଟାର ହସ୍ପିଟାଲର ନିର୍ଦେଶକ ନକୁଳ ସାହୁ, ଟ୍ରକ୍ ମାଲିକ ସଂଘ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଜିତେନ୍ଦ୍ର ପତି, ବେଲବାହାଳି ସରପଞ୍ଚ ଦୀପ୍ତି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ସନ୍ଧ୍ୟାରେ ମହିଳା ଓ ଶିଶୁଙ୍କୁ ନେଇ ପୁଚି, ଆସନଚୋରୀ, ଶଙ୍ଖନାଦ, ହୁଳହୁଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅବସରରେ ମେଧା ଅନ୍ୱେଷଣର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ପୁରସ୍କୃତ କରିଥିଲେ। ସେହିପରି ନୃତ୍ୟ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବରିଷ୍ଠ ସଦସ୍ୟ ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିକୂଳ ପାଗ ସତ୍ବେ ବାଣିଜ୍ୟ ମେଳାରେ ମଧ୍ୟ ଭିଡ ପରିଲକ୍ଷିତ ହେଉଛି।

ସଂଘ ଉପସଭାପତି ଧବଳେଶ୍ଵର ସାହୁ, ସୌମ୍ୟରଞ୍ଜନ ସାହୁ, ରାଜକିଶୋର ସାହୁ, ସୁଶାନ୍ତ ସାହୁ, ବିଶ୍ଵନାଥ ସ୍ଵାଇଁ, ବଳରାମ ସାହୁ, ମହେଶ୍ଵର ସାହୁ, ଦାମୋଦର ସାହୁ, ସୁଶିଲ ସାହୁ, ଲଳିତ ସାହୁ, ପ୍ରତାପ ନାୟକ, ଶାଶ୍ଵତ ସାହୁ, ସୀତାରାମ ସାହୁ, ବିଦିଶା ଚକ୍ରବର୍ତ୍ତୀ, ବିଦିପ୍ତା ଚକ୍ରବର୍ତ୍ତୀ ପ୍ରମୁଖ ଏହାର ପରିଚାଳନା କରିଥିଲେ।

Comments (0)
Add Comment