ଭାରତ ଏବଂ ବାଂଲାଦେଶ କୁ ସଂଯୋଗ କରୁଥିବା ପଦ୍ମା ପୋଲ ଯାତାୟାତ ପାଇଁ ଖୋଲିଲା ॥

ଢାକା : ବହୁ ପ୍ରତିକ୍ଷିତ ଭାରତ ଏବଂ ବାଂଲାଦେଶ କୁ ସଂଯୋଗ କରୁଥିବା ପଦ୍ମା ପୋଲ ରବିବାର ସକାଳ ୬ ଘଟିକା ସମୟ ରେ ଖୋଲି ଦିଆ ଯାଇଛି ।ଏହି ପୋଲ ରେ ଟୋଲ ଆଦାୟ ପାଇଁ ୧୪ ଟି ବୁଥ ପ୍ଳାଜ଼ା ବନାଯାଇଛି ।ଏହି ପୋଲ ପାରିହେବାକୁ ହେଲେ ମଟର ସାଇକେଲ କୁ ୧୦୦ ଟଙ୍କା(ବାଂଲାଦେଶୀ ମୁଦ୍ରା ),ବସ କୁ ୨୪୦୦ ଟଙ୍କା ଏବଂ ମାଧ୍ୟମ ଆକାର ଟ୍ରକ କୁ ୨୮୦୦ ଟଙ୍କା ଦେବାକୁ ହେବ ।୫ ଟନ ପର୍ଯ୍ୟନ୍ତ ମିନି ଟ୍ରକ କୁ ୧୬୦୦ ଟଙ୍କା ୫ ଟନ ରୁ ୮ ଟନ ପର୍ଯ୍ୟନ୍ତ ୨୧୦୦ ଟଙ୍କା , ଏମିତି ବିଭିନ୍ନ ଶୁଳ୍କ ନିର୍ଧାରିତ କରାଯାଇଛି ।ଏହି ପୋଲ ଖୋଲିବା ଦ୍ୱାରା ଢାକା ରୁ କୋଲକାତା ୩ ଘଣ୍ଟା ପାଖାପାଖି ସମୟ କମି ଯିବ ।ଅନ୍ୟ ଦେଶ କୁ ଯିବା ପାଇଁ ଭାରତ କୁ ଆଗରୁ ଏହି ପଦ୍ମା ନଦୀ ରେ ଡଙ୍ଗା ସାହାଯ୍ୟ ରେ ଯିବାକୁ ପଡୁଥିଲା ,ଏମିତି ବି ବର୍ଷା ଦିନେ ଜୀବନ କୁ ବାଜି ଲଗେଇ ଯାତାୟାତ କରିବାକୁ ପଡୁଥିଲା । ଏହି ପୋଲ ଅଖୋଲିବା ପରେ ବହୁତ ସୁବିଧା ହେଲା ଭାରତ କୁ ।

Comments (0)
Add Comment