ହାପି ବାର୍ଥ ଡେ’ ମାହି

ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ ନୂଆଦିଲ୍ଲୀ, ୭ା୭: ଆଜି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମଦିନ । ୪୧ ବର୍ଷରେ ପାଦ ଦେଇଛନ୍ତି କ୍ୟାପଟେନ୍ କୁଲ୍ । ଏଥର ଇଂଲଣ୍ଡରେ ମାହି ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓକୁ ତାଙ୍କ ପତ୍ନୀ ସାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି । ଶେଆର୍ ହୋଇଥିବା ଭିଡିଓରେ ବେଶ୍‌ କୁଲ୍ ଅନ୍ଦାଜରେ ଧୋନୀ ନିଜ ବାର୍ଥ ଡେ\’ କେକ୍‌ କାଟୁଥିବା ଦେଖିବାକୁ ମିଳିଛି । ଧୋନିଙ୍କ ଜନ୍ମଦିନ ପାର୍ଟିରେ ପତ୍ନୀ ସାକ୍ଷୀ ଓ ଝିଅ ଜିମାଙ୍କ ସମେତ ଟିମ୍‌ ଇଣ୍ଡିଆର ୱିକେଟ୍ କିପର୍ ରିଷଭ ପନ୍ଥ ଓ ଅନେକ ବନ୍ଧୁ ସାମିଲ ହୋଇଥିଲେ । ବର୍ମିଂହାମରେ ଇଂଲଣ୍ଡ ବିପକ୍ଷ ସିରିଜର ପଞ୍ଚମ ଟେଷ୍ଟ ଖେଳିବା ପରେ ରିଷଭ ଇଂଲଣ୍ଡରେ ହିଁ ଅଛନ୍ତି । କ୍ୟାପଟେନ୍ କୁଲଙ୍କ ଜନ୍ମଦିନ ପାଳନ ପାଇଁ ଭିନ୍ନ ଭିନ୍ନ ପ୍ରକାରର କେକ୍ ଆଣି ଟେବୁଲ ଉପରେ ସଜା ଯାଇଥିଲା । ସାଧାରଣତଃ ରୂପେ ହିନ୍ଦୀ ଗୀତର ଜଣେ ବଡ ପ୍ରଶଂସକ ଥିବା ମାହି ଜନ୍ମଦିନ ଅବସରରେ କେକ୍ କାଟିବା ବେଳେ ବ୍ୟାକ୍ ଗ୍ରାଉଣ୍ଡରେ ଇଂଲିସ୍ ଗୀତ ଶୁଣିବାକୁ ଇଚ୍ଛା କରିଥିଲେ । ଏହାପରେ ଧୋନୀ କିଛି ଭୋଜପୁରୀ ଗୀତକୁ ମଧ୍ୟ ଶୁଣି ଉପଭୋଗ କରିଥିଲେ । ମାହିଙ୍କୁ ତାଙ୍କ ଜନ୍ମଦିନ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଧୋନି ନିଜ ବିବାହ ଆନିର୍ଭସରୀ ପାଳନ କରିବା ପାଇଁ ନିଜ ପରିବାର ସହ ପ୍ରାୟ ଏକ ସପ୍ତାହ ପୂର୍ବରୁ ଇଂଲଣ୍ଡରେ ଅଛନ୍ତି । ଜୁଲାଇ ୪ ତାରିଖରେ ସେ ପତ୍ନୀ ସାକ୍ଷୀଙ୍କ ସହ ନିଜ ବିବାହ ବାର୍ଷିକୀ ପାଳନ କରିଛନ୍ତି ।

Comments (0)
Add Comment