ବ୍ଲାକ ରୋଜ ଜାହାଜ ବୁଡିକୁ ପୁରିଲା ୧୩ ବର୍ଷ

ପାରାଦୀପ,୯ା୯(ଡିକେ ନ୍ୟୁଜ): ୨୦୦୯ ମସିହାରେ ମଙ୍ଗୋଲିଆ ର ଏକ ଜାହାଜ ଏମଭି ବ୍ଲାକ୍‌ ରୋଜ୍‌’୨୩.୮୪୭ ମେଟ୍ରିକ୍‌ ଟନ୍‌ ଆଇରନ୍‌ ଓର ଏବଂ ୯୨୦ ମେଟ୍ରିକ୍‌ ଟନ୍‌ ଫର୍ଣ୍ଣେସ୍‌ ତେଲର ମାଲ ପରିବହନ କରି ପାରାଦୀପ ଉପକୂଳଠାରୁ ପାଞ୍ଚ କିଲୋମିଟର ଦୂରରେ ବୁଡ଼ି ଯାଇଥିଲା ଯେତେବେଳେ ଏହା ·ଇନା ଅଭିମୁଖେ ଯାତ୍ରା କରୁଥିଲା ଶୁକ୍ରବାର ଦିନ ଏହି ଘଟଣାକୁ ୧୩ ବର୍ଷ ପୂରଣ ହୋଇଛି । ଏହି ଘଟଣାରେ ୨୭ ଜଣ ନାବିକଙ୍କ ମଧ୍ୟରୁ ୨୬ ଜଣଙ୍କୁ ପାରାଦୀପ ବନ୍ଦର ସାମୁଦ୍ରିକ ବିଭାଗର କର୍ମ·ରୀ ଉଦ୍ଧାର କରିଥିବାବେଳେ ଜାହାଜର ମୁଖ୍ୟ ଇଞ୍ଜିନିୟର ପ୍ରାଣ ହରାଇଥିଲେ । ପୂର୍ବରୁ ବୁଡ଼ିଯାଇଥିବା ଜାହାଜର ଉପର ଅଂଶ ଦୃଶ୍ୟମାନ ହେଉଥିଲା, କିନ୍ତୁ ସମୟ ଅତିବାହିତ ହେବା ସହିତ ଏହା ସମୁଦ୍ରରେ ଅଦୃଶ୍ୟ ହୋଇଯାଇଥିଲା ଯଦିଓ, ପାରାଦୀପ ବନ୍ଦର ଜାହାଜର ଅବଶିଷ୍ଟ ଅଂଶ ସଫା କରିବା ପାଇଁ ପ୍ରାୟ ୧୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା , କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ହଟାଯାଇ ପାରିନାହିଁ । ତେବେ ଏହି ଦୁର୍ଘଟଣା ପାରାଦୀପ ବନ୍ଦର ଜାହାଜ ଚଳାଚଳ ଇତିହାସରେ ଏକ ସ୍ମରଣୀୟ ଘଟଣା ହୋଇ ରହିବ ।

Comments (0)
Add Comment