ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ସଚ୍ଚୋଟତାର ସହ ଉତ୍ସର୍ଗୀକୃତ ସେବା ଯୋଗାଅ

ଭୁବନେଶ୍ୱର, ୯ା୧୧(ଡିକେ ନ୍ୟୁଜ): ଜଳ ସମ୍ପଦ ବିଭାଗରେ ଯୋଗଦେଲେ ୨୫୭ ଜଣ କନିଷ୍ଠ ଯନ୍ତ୍ରୀ । ବୁଧବାର ସଂଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଇଞ୍ଜିନିୟରମାନଙ୍କୁ ସେମାନଙ୍କୁ ·କିରୀ ପ୍ରତି ଉତ୍ସାହର ସହ କାର୍ଯ୍ୟ କରିବାକୁ କହିଥିଲେ । ଏଥି ସହିତ କାର୍ଯ୍ୟକ୍ଷେତ୍ରରେ ରାଜ୍ୟବାସୀଙ୍କ ପ୍ରତି ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ମଧ୍ୟ ବଜାଇ ରଖିବାକୁ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ·ଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ବ୍ୟତୀତ ଜଳ ସମ୍ପଦ ବିଭାଗ ମଧ୍ୟ ଆମ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ବନ୍ୟା ପରି·ଳନା ପାଇଁ ମଧ୍ୟ କାର୍ଯ୍ୟ କରୁଛି । ରାଜ୍ୟରେ ଦୁଇ ହଜାର ପାଞ୍ଚ ଶହରୁ ଅଧିକ ଡ୍ୟାମ ରହିଛି ଏବଂ ଲୋୟର ସୁକତେଲ, କାନପୁର ଏବଂ ଘାଟକେଶ୍ୱର ଭଳି କେତେକ ପ୍ରମୁଖ ବନ୍ଧ ପାଇଁ କାମ ·ଲିଛି । ଏଥି ସହିତ ୧୨ ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ନଦୀ ପାଖରେ ୧୬ଟି ପାଇପ୍‌ଲାଇନ ପ୍ରକଳ୍ପ କରାଯାଉଛି । ଏହି ପ୍ରକଳ୍ପ ଜଳ ସଂରକ୍ଷଣ ସହ ଭୂତଳ ଜଳର ମଧ୍ୟ ସଂରକ୍ଷଣ ପାଇଁ କାର୍ଯ୍ୟ କରିବ । ନୂତନ ପ୍ରକଳ୍ପର ଅନ- ସାଇଟ୍‌ ତଦାରଖ କରିବା ସହିତ ସଂପୂର୍ଣ୍ଣ ପ୍ରକଳ୍ପର ପରି·ଳନା ଏବଂ ରକ୍ଷଣାବେକ୍ଷଣ ତଥା କୃଷି ଜମିକୁ ପରିକଳ୍ପିତ ଜଳସେଚନ ସୁନିଶ୍ଚିତ କରିବା ପାଇଁ ଜୁନିୟର ଇଞ୍ଜିନିୟରମାନଙ୍କର ଅଧିକ ଭୂମିକା ରହିଛି । ଏଣୁ ଆପଣମାନେ ଲୋକମାନଙ୍କ ପ୍ରତି ଉତ୍ସାହ, ସଚ୍ଚୋଟତା ଏବଂ ସମ୍ବେଦନଶୀଳତା ସହିତ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ରାଜ୍ୟ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ରାଜ୍ୟକୁ ଅନ୍ୟ ରାଜ୍ୟ ମଧ୍ୟରେ ଏକ ଉଚ୍ଚ ପଦବୀରେ ରଖିବ । ଦାୟିତ୍ୱ ଏବଂ ଲୋକଙ୍କ ପ୍ରତି ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ସେ ନୂତନ ଇଞ୍ଜିନିୟରମାନଙ୍କୁ ନିବେଦନ କରିଛନ୍ତି । ତିନିଜଣ ନୂତନ ଇଞ୍ଜିନିୟର ସୀତିପ୍ରଜ୍ଞ ବିଶ୍ୱାଳ, ଲୋକେଶ ବାଲ ଏବଂ ନିକିତା ମାଝୀ ସେମାନଙ୍କ ଅଭିଜ୍ଞତା ବାଣ୍ଟି କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟାନୁବର୍ତ୍ତୀ ହୋଇଛି । ସେମାନେ ୫-ଟି ଏବଂ ମୋ-ସରକାରଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟରେ ଜଳ ସମ୍ପଦର ସୁପରି·ଳନା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ବ୍ୟାପକ ଶିଳ୍ପାୟନ, ବନ୍ୟା ପରି·ଳନା, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଏହି ବିଭାଗର ଦାୟିତ୍ୱ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ୫-ଟି ଉପକ୍ରମ ଅଧୀନରେ ବିଭାଗର ଦକ୍ଷତା ବୃଦ୍ଧି ଦିଗରେ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଏକ ସଙ୍ଗରେ ଏତେ ସଂଖ୍ୟକ ଯନ୍ତ୍ରୀ ଯୋଗଦେବା ଗୁରୁତ୍ୱ ବହନ କରୁଛି ।

Comments (0)
Add Comment