ଇନ୍‌ଷ୍ଟାଗ୍ରାମ ସହ ପଙ୍ଗା ନେଲେ କଙ୍ଗନା!

ମୁମ୍ବାଇ,୧୨ ।୧୧: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତଙ୍କ ପିଛା ଛାଡୁନି ବିବାଦ । କଣ୍ଟ୍ରୋଭର୍ସି ସହ ରହିଛି ତାଙ୍କ ଗଭୀର ସମ୍ପର୍କ । କୌଣସି ଇଣ୍ଟରଭ୍ୟୁ ହେଉ ଅବା ସୋଶିଆଲ ମିଡିଆ, କିଛି ନା କିଛି କାରଣକୁ ନେଇ ସେ ପ୍ରାୟତଃ ବିବାଦରେ ରୁହନ୍ତି । ଏବେ ଏଭଳି ହିଁ କିଛି ଘଟଣାକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କଙ୍ଗନା । ଟ୍ୱିଟର ପରେ ସୋଶିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ ସହ ପଙ୍ଗା ନେଇଛନ୍ତି ଏହି ପଙ୍ଗା କୁଇନ୍‌ । ଟ୍ୱିଟର ପରେ ବ୍ୟାନ୍‌ ହୋଇପାରେ କଙ୍ଗନାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ । ନିକଟରେ କଙ୍ଗନା ଇନଷ୍ଟାଗ୍ରାମକୁ ପରିହାସ କରିଛନ୍ତି । ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କଙ୍ଗନା ଏକ ଲମ୍ବା ଚଉଡା ମେସେଜ ଲେଖି ଏହି ସୋଶିଆଲ ମିଡିଆ ପ୍ଲାଟଫର୍ମ ଉପରେ ଜୋରଦାର ବର୍ଷିଛନ୍ତି । କଙ୍ଗନା ଇନ୍‌ଷ୍ଟାଗ୍ରାମକୁ ଠକ ବୋଲି କହିବା ସହ “ମୂକ’ ବୋଲି କହିଛନ୍ତି । କଙ୍ଗନା କିଛି ଦିନ ପୂର୍ବରୁ ଟ୍ୱିଟରକୁ “ସର୍ବୋତ୍ତମ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ’ ବୋଲି କହିଥିଲେ । ଏହା ପରେ କଙ୍ଗନା ବର୍ତ୍ତମାନ ଇନଷ୍ଟାଗ୍ରାମ ମୂକ ବୋଲି ଅନୁଭବ କରୁଛନ୍ତି । କଙ୍ଗନା ଶୁକ୍ରବାର ଦିନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, “ଏହା କେବଳ ଫଟୋ ସେୟାର କରିବା ପାଇଁ, ଆମେ ଆମ ମନ କଥା ଲେଖିଲେ ତାହା ଦିନକ ପରେ ଏଠୁ ଗାଏବ ହୋଇଯାଏ ।’
ଅଭିନେତ୍ରୀଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେଇଛି । କୁହାଯାଉଛି ଯେ, ଖୁବଶୀଘ୍ର କଙ୍ଗନାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟାନ୍‌ ହୋଇପାରେ ।

Comments (0)
Add Comment