ଲଘୁଚାପ: ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୫ା୧୧(ଡିକେ ନ୍ୟୁଜ): ସଂପ୍ରତି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍‌ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି ସନ୍ଧ୍ୟାରେ ଜାରି ଏକ ସୂଚନାରେ କୁହାଯାଇଛି । ଜାରି ସୂଚନା ଅନୁଯାୟୀ ଲଘୁ·ପଟି ନଭେମ୍ବର ୧୬, ୨୦୨୨ରେ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ସଂଲଗ୍ନ ଅଞ୍ଚଳ ଦେଇ ପଶ୍ଚିମଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଲଘୁ·ପଟି ଧୀରେ ଧୀରେ ଦକ୍ଷିଣ- କେନ୍ଦ୍ରୀୟ ବଙ୍ଗୋପସାଗରର ଉପରେ ଗତିକରି
ନଭେମ୍ବର ୧୮ ତାରିଖରେ ଏକ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଆଣ୍ଡାମାନ ଏବଂ ନିକୋବରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଓଡ଼ିଶା ଉପରେ ଏହି ଲଘୁ·ପର କୌଣସି ପ୍ରକାର ପ୍ରଭାବ ପଡ଼ିବାର କିମ୍ବା ବର୍ଷା ହେବାର ସମ୍ଭାବନା ନଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Comments (0)
Add Comment