ମୁଁ ଚାଷୀ ଘରର ଝିଅ…

ପଦ୍ମପୁର, ୨୭ା୧୧ (ଡିକେ ନ୍ୟୁଜ୍‌): ପଦ୍ମପୁର ଉପନିର୍ବାଚନରେ ବିଜେଡିର ଜୋରଦାର ପ୍ରଚାର । ବିରୋଧୀଙ୍କ ଅପପ୍ରଚାର ଏବଂ ବ୍ୟକ୍ତିଗତ ସମାଲୋଚନା ବର୍ଷାଙ୍କୁ ଆଉ ବ୍ୟଥିତ କରୁନି । ଆଉ ଆଖିରେ ଲୁହ ଆସୁନି ବରଂ ବିକଶିତ ପଦ୍ମପୁରର ସ୍ୱପ୍ନ ଓଠରେ ଆଣୁଛି ସ୍ମିତହାସ୍ୟ । ଲୋକଙ୍କ ଅଜସ୍ର ଭଲପାଇବା ଓ ଆଶୀର୍ବାଦ ବିରୋଧୀଙ୍କ ସମାଲୋଚନାକୁ ଫୁ୍‌ କରିଦେଇଛି । ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ପଦ୍ମପୁରରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡି ପ୍ରାର୍ôଥନୀ ବର୍ଷା ସିଂ ବରିହା । ବିକାଶର ହିସାବ ଦେଇ ଆଶୀର୍ବାଦ କାମନା କରିଛନ୍ତି । ବିରୋଧୀଙ୍କ କଟାକ୍ଷ ଓ ବ୍ୟକ୍ତି ସମାଲୋଚନାର ଜବାବ ଦେଇ ସେ କହିଛନ୍ତି ଯେ, ଚାଷୀଙ୍କୁ ଫସଲବୀମା ରାଶି ଦେବାର ଘୋଷଣା କରି ବାହାଦୂରି ମାରିବା ଭୁଲ । ନିଜେ ଖୁସି ହୋଇ ନୁହେଁ, ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାପ, ଚାଷୀଙ୍କ ଏବଂ ଉପନିର୍ବାଚନରେ ପରାଜୟର ଭୟ ପାଇଁ କେନ୍ଦ୍ର ବାଧ୍ୟ ହୋଇ ଘୋଷଣା କରିଛି ବୋଲି ବର୍ଷା କହିଛନ୍ତି । ଆଜି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଦିନତମାମ ପଦ୍ମପୁର ଏନ୍‌ଏସିର ୧୧ଟି ୱାର୍ଡରେ ଜୋରଦାର ପ୍ରଚାର ଚଳାଇଥିଲେ । ମନ୍ତ୍ରୀ ରୀତା ସାହୁ, ପୂର୍ବତନ ସାଂସଦ ରାସେଶ୍ୱରୀ ପାଣିଗ୍ରାହୀ, କଳିକେଶ ସିଂହଦେଓ, ବିଧାୟକ ସାରଦା ନାୟକ, ସୁଧୀର ସାମଲ, ପ୍ରଣବ ବଳବନ୍ତ ରାୟ, ସୌଭାଗ୍ୟ ରଞ୍ଜନ ନାୟକ, ଅଳକା ମହାନ୍ତି ଏବଂ ବିଜେଡି ମୁଖପାତ୍ର ସଞ୍ଜୟ ବାବୁଙ୍କୁ ସାଙ୍ଗରେ ଧରି ବର୍ଷା ପଦଯାତ୍ରା କରିଥିଲେ । ଲୋକଙ୍କୁ ସରକାରୀ ଯୋଜନା ସମ୍ପର୍କରେ ବୁଝାଇବା ସହିତ ଲୋକଙ୍କଠାରୁ ଆଶୀର୍ବାଦ କାମନା କରିଛନ୍ତି । ଏଥିସହିତ କେନ୍ଦୁପତ୍ର ତୋଳାଳିଙ୍କୁ କେନ୍ଦ୍ରର ଅଣଦେଖା ପ୍ରସଙ୍ଗରେ ମୁହଁ ଖୋଲି କହିଛନ୍ତି ଯେ, କିଏ ଧନୀ, ହୀରା ବ୍ୟବସାୟୀ ନା କେନ୍ଦୁପତ୍ର ତୋଳାଳି ? ହୀରା ବ୍ୟବସାୟୀଙ୍କ ପାଇଁ କେନ୍ଦ୍ର ୧.୫ ପ୍ରତିଶତ ଜିଏସ୍‌ଟି ଲାଗୁ କରୁଥିବା ବେଳେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୧୮ ପ୍ରତିଶତ ଜିଏସ୍‌ଟି ନେଉଛି । ମୁଁ ଚାଷୀ ଘରର ଝିଅ । ତେଣୁ ଚାଷୀଙ୍କ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ମୋତେ ଖୁବ୍‌ ବାଧୁଛି । ମୋ ବାପା ଚାଷୀଙ୍କ ସହିତ ସବୁବେଳେ ଥିଲେ । ଆଉ ମୁଁ ମଧ୍ୟ ସବୁବେଳେ ସେମାନଙ୍କ ସୁଖଦୁଃଖର ସାଥୀ ହୋଇରହିବି ।

Comments (0)
Add Comment