ଫୁଡ୍‌ କୋର୍ଟ ଭି-ବ୍ରାନ୍ସର ଶୁଭାରମ୍ଭ

ପୁରୀ, ୨୯ା୧୧(ଡିକେ ନ୍ୟୁଜ): ପୁରୀ ଚକ୍ରତୀର୍ଥ ରୋଡରେ ଫୁଡ୍‌ କୋର୍ଟ ଭି-ବ୍ରାନ୍ସକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ଆତିଥେୟତା
ଦେବା ସହ ସେମାନଙ୍କୁ ରୁଚି ଅନୁସାରେ ଖାଦ୍ୟ ଯୋଗାଇଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ପର୍ଯ୍ୟଟନ ଓ ଏସ୍‌.ଏସ୍‌ କନ୍‌ସୋରିୟମ୍‌
ଗ୍ରୁପ ସହଭାଗିତାରେ ଆରମ୍ଭ ହୋଇଛି ଏହି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ଫୁଡ୍‌ କୋର୍ଟ । ଏହି ଫୁଡ୍‌ କୋର୍ଟ ଭି-ବ୍ରାନ୍ସର ଗୋଟିଏ ଛାତ ତଳେ ବେଙ୍ଗଲୀ ଖାଦ୍ୟକୁ
ନେଇ ହାୱଡା ଏକ୍ସପ୍ରେସ, ଦକ୍ଷିଣ ଭାରତୀୟ ଖାଦ୍ୟକୁ ନେଇ ଚେନ୍ନାଇ ଏକ୍ସପ୍ରେସ, କଣ୍ଟିନେଣ୍ଟାଲ ଖାଦ୍ୟକୁ ନେଇ ୟୁରୋଷ୍ଟାର ଏକ୍ସପ୍ରେସ, ·ଇନିଜ ଖାଦ୍ୟକୁ ନେଇ ଓରିଏଣ୍ଟ ଏକ୍ସପ୍ରେସ, ଭାରତୀୟ ଖାଦ୍ୟକୁ ନେଇ ହିମ୍‌ ସାଗର ଏକ୍ସପ୍ରେସ ଖୋଲାଯାଇଛି । ଏକକାଳୀନ ୩ ଶହ ପର୍ଯ୍ୟଟକ ସେମାନଙ୍କ ରୁଚି ମୁତାବକ ଖାଦ୍ୟର ମଜା ନେଇପାରିବେ । ୧୦ ହଜାର ବର୍ଗ କ୍ଷେତ୍ର ପରିମିତ ଅଞ୍ଚଳକୁ ଜନସାଧାରଣଙ୍କ ଅବସର ବିନୋଦନ ନିମନ୍ତେ ଲ୍ୟାଣ୍ଡ ସ୍କାପିଂ ବ୍ୟବସ୍ଥା କରାଯାଇଛି । ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଉଦ୍‌ଘାଟନ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ହୋଟେଲ ଆସୋସିଏସନ୍‌ ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୈଳାସ ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment