ଆଜିଠୁ ଖଣ୍ଡଗିରି ମେଳା

ଭୁବନେଶ୍ୱର,୨୭ା୧(ଡିକେ ନ୍ୟୁଜ): ଶନିବାର ପବିତ୍ର ମାଘ ସପ୍ତମୀଠାରୁ ତା ୦୫.୦୨.୨୦୨୩ରିଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଓଡ଼ିଶା ତଥା ବିଭିନ୍ନ ରାଜ୍ୟରୁ ଆସିଥିବା ସାଧୁସନ୍ଥଙ୍କ ଦ୍ୱାରା ସନାତନ ବୈଦିକ ଧର୍ମ ଓ ସଂସ୍କୃତି ନୀତି ଅନୁଯାୟୀ ବିଶ୍ୱକଲ୍ୟାଣ ନିମି ଓଁକାର ଧ୍ୱନୀ ବେଦମନ୍ତ୍ର ପାଠ ପୂର୍ବକ ପଞ୍ଚ ମହାଯଜ୍ଞ, ଧାର୍ମିକ ସତ୍‌ସଙ୍ଗ, ଭଜନକୀର୍ତ୍ତନ ଅନୁଷ୍ଠିତ ହେବା ସହିତ ପାଞ୍ଚ ହଜାର ଶହେ ପଚିଶି ବର୍ଷ କଳିଯୁଗ ପ୍ରବେଶ ଜନ୍ମଜୟନ୍ତୀ କୁମ୍ଭ ମେଳାର ପ୍ଲାଟିନମ ଜୟନ୍ତୀ ପାଳନ କରାହେବ । ତା ୨୮.୧.୨୦୨୩ରିଖ ଅପରାହ୍ନ ୪ ଘଟିକା ସମୟରେ ୧୦୮ କୁମ୍ଭ ଶୁଭାରମ୍ଭ କରାଯିବ । ନବଦିନ ବ୍ୟାପୀ ମେଳାରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ୫ ହଜାରରୁ ଊର୍ଦ୍ଧ୍ୱ ସାଧୁସନ୍ଥ, ଜ୍ଞାନୀଗୁଣି ମହାଭାଗମାନେ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ସାଧୁସନ୍ଥ ମହାକୁମ୍ଭ ମେଳାକୁ ବିଶ୍ୱସ୍ତରରେ ପହ ।ଇବା ପାଇଁ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗୀୟ ମୁଖ୍ୟ ମହାଭାଗ, ଭୁବନେଶ୍ୱର ମହାନଗର ନିଗମ ମହାଭାଗ, ସମସ୍ତ ଛାପା – ବୈଦ୍ୟୁତିକ ଗଣମାଧ୍ୟମର ମୁଖ୍ୟ ମହାଭାଗ ମାନେ କୁମ୍ଭମେଳାରେ ପଦାର୍ପଣ ପୂର୍ବକ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ କୁମ୍ଭମେଳାର ସାଧୁସନ୍ଥମାନେ ଗଣମାଧ୍ୟମ ଜରିଆରେ ନିମନ୍ତ୍ରଣ ପୂର୍ବକ ଜଣାଉଛନ୍ତି ବୋଲି ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର ଆବାହକ-ଅଧ୍ୟକ୍ଷ ବାବା ପ ଦେବ, ସମ୍ପାଦକ, ସଞ୍ଚାଳକ ସ୍ୱାମୀ ବିଷ୍ଣୁଗିରି ମହାରାଜ, ବ୍ୟବସ୍ଥାପକ, ସଂଯୋଜକ ବାବା ଚନ୍ଦନ ଦାସ, ବାବା ଆଲୋକ ଦାସ ପ୍ରଭୃତି ଅନୁଷ୍ଠାନର ଅନ୍ତର୍ଭୁକ୍ତ ସାଧୁସନ୍ଥମାନେ ଜଣାଇଛନ୍ତି ।

Comments (0)
Add Comment