ଗୁପ୍ତେଶ୍ୱର ଶୈବପୀଠରେ ୫-ଟି ସଚିବ

ବୈପାରିଗୁଡା, ୩ା୨(ଡିକେ ନ୍ୟୁଜ): ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ୫-ଟି ସଚିବ ବୈପାରିଗୁଡା ବ୍ଲକର ରାମଗିରି ସ୍ଥିତ ଖେଳପଡିଆ ଠାରେ ପହଞ୍ôଚଥିଲେ । ବୈପାରିଗୁଡା ବିଡିଓ ୫-ଟି ସଚିବଙ୍କୁ ସ୍ୱାଗତ ଜଣାଇବା ପରେ ୫-ଟି ସଚିବ ସଡକପଥରେ ଗୁପ୍ତେଶ୍ୱର ଗସ୍ତ କରିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ବୈପାରିଗୁଡା ବ୍ଲକ ଗସ୍ତରେ ଆସି ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ମନ୍ଦିର ଭିତର ଓ ବାହାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସହିତ ଆଖପାଖର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରଶାସନ ତରଫରୁ ଗୁପ୍ତେଶ୍ୱର ମନ୍ଦିର ଭିତରେ ସଚିବଙ୍କ ନିମେନ୍ତ ପୂଜକଙ୍କ ଦ୍ୱାରା ସତନ୍ତ୍ର ପୂଜାର୍ଚ୍ଚନା ଆୟୋଜନ କରିଥିବା ଦେଖିବାକୁ ମିଳିଛି । ପୂଜା ଶେଷ ହେବା ପରେ ୫-ଟି ସଚିବ ବିଭାଗୀୟ ଅଧିକାରୀ ମାନଙ୍କ ସହ ସେଠାରେ ଚାଲିଥିବା ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଆଲୋଚନା କରିବା ସହ ଓଡିଶା-ଛତିଶଗଡ ସୀମାକୁ ଲାଗିଥିବା ତଥା ଗୁପ୍ତେଶ୍ୱର ମନ୍ଦିର ପାଖରେ ପ୍ରବାହିତ ହେଉଥିବା ସାବେରୀ ନଦୀ କୂଳକୁ ଅଧିକାରୀମାନଙ୍କ ସହିତ ଚାଲି ଚାଲି ଯାଇଥିଲେ । ସେହି ସ୍ଥାନରେ ଆରମ୍ଭ ହେବାକୁ ଥିବା ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସହ କୋରାପୁଟ ଜିଲ୍ଲାପାଳ ଅଦ୍ଦାଲ ମ.ଅଖତର, ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥି, ଜୟପୁର ଉପଜିଲ୍ଲାପାଳ ଦେବବର ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ଲମ୍ବୋଧର ନାୟକ, ରାମଗିର ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡାଇଙ୍କ ସହ ଜିଲ୍ଲା ଓ ବ୍ଲକସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ଭାବେ ବୈପାରିଗୁଡା ଜୋନ-୧ ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, ହଳଦୀକୁଣ୍ଡ ସମିତିସଭ୍ୟ ବିଭୀଷଣ ହନ୍ତାଳ, ମାଠପଡା ସମିତିସଭ୍ୟ ଲକ୍ଷ୍ମଣ ଚନ୍ଦ୍ରପଡିଆଙ୍କ ସହ ସ୍ଥାନୀୟ ଲୋକେ ପ୍ରମୁଖ ଉପସ୍ଥିତ ରହି ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କୁ ଗୁପ୍ତେଶ୍ୱର ପୀଠ ଜୟପୁର ତହସିଲ ଅଧିନ ତଥା ଜୟପୁର ଦେବୋତ୍ତର ବିଭାଗ ଅଧିନରେ ରଖିଥିବା ବେଳେ ବାରମ୍ବାର ବୈପାରିଗୁଡାବାସୀ ଦାବି ଜଣାଉଥିଲେ ମଧ୍ୟ ପରିବର୍ତ୍ତନ ହେଉନଥିବା କହିବା ସହ ଗୁପ୍ତେଶ୍ୱର ପୀଠକୁ ବୈପାରିଗୁଡା ତହସିଲ ଅଧିନଙ୍କୁ ପ୍ରଦାନ କରିବା ନେଇ ଦାବି ଜଣାଇଛନ୍ତି ଲୋକପ୍ରତିନିଧି । ଏ ବାବଦରେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଏହି ବିଷୟକୁ ଟିକେ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ ।

Comments (0)
Add Comment