ଭୂତଳ କୋଇଲା ଖଣିରେ ବାଲିଭର୍ତ୍ତି ଜାରି : ଏମ୍‌ସିଏଲ

ଭୁବନେଶ୍ୱର/ ତାଳଚେର, ୧୫ା୨(ଡିକେ ନ୍ୟୁଜ): ତାଳଚେର ଅଞ୍ଚଳରେ ଥିବା ଭୂତଳ କୋଇଲା ଖଣିରୁ କୋଇଲା ଉତ୍ତୋଳନ ପରେ ବାଲି ଭର୍ତ୍ତି କାର୍ଯ୍ୟ ଜାରି ରହିଛି ବୋଲି ଏମସିଏଲ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛି । ଏମସିଏଲ ପକ୍ଷରୁ କୁହାଯାଇଛି ଯେ, ଦେଉଳବେଡ଼ା ଭୂତଳ କୋଇଲା ଖଣିର କୋଇଲା ଉତ୍ତୋଳନ କାର୍ଯ୍ୟ ୧୯ଜୁଲାଇ ୨୦୦୬ ଠାରୁ ବନ୍ଦ ହୋଇଥିଲେ ମଧ୍ୟ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଅନୁଯାୟୀ ସେହିବର୍ଷ ଠାରୁ ପାଣି ସହିତ ବାଲି ଭର୍ତ୍ତି କାର୍ଯ୍ୟ ଜାରି ରହିଛି । ଖଣିର ମୁଖ୍ୟ ଦ୍ୱାରା ବନ୍ଦ ହେବା କାରଣର ଉପରୁ ବୋରଂ କରାଯାଇ ହାଇଡେ଼୍ରା ପ୍ରିମିଟିଭ୍‌ ପଦ୍ଧତିରେ ବାଲି ଭର୍ତ୍ତି କାର୍ଯ୍ୟ ଚ। ଲୁ ରହିଛି । ଏହି ପିକ୍ରୟା ସମୟ ସାପେକ୍ଷ ବୋଲି କୁହାଯାଇଛି । ତାଳଚେର ମଣ୍ଡାପାଳ ବାଲିଘାଟ ଠାରୁ ହାଇୱା ଓ ମେସିନ୍‌ ସାହାଯ୍ୟରେ ବାଲି ଆଣି ଖଣି ଭିତରେ ଭର୍ତ୍ତି କରାଯାଉଛି । ଗତବର୍ଷ ଠାରୁ ଚ।ଳିଆକୁଟା ଠାରେ ବାଲିଭର୍ତ୍ତି ଆରମ୍ଭ ହୋଇଛି । ଚଳିତ ବର୍ଷ ସୂର୍ଯ୍ୟନଗରରେ ଏକ ନୂତନ ଷ୍ଟାବିଲାଇଜେସନ୍‌ ସ୍ଥାନକୁ ଚ।ଲୁ କରିବାକୁ ଖଣି ପ୍ରବନ୍ଧଙ୍କ ଦ୍ୱାରା ପ୍ରୟାସ ଜାରି ରହିଛି । ତେବେ ଏହାକୁ କେତେକ ବ୍ୟକ୍ତି ବିରୋଧ କରିଥିବାରୁ କାର୍ଯ୍ୟ ବ୍ୟାହାତ ହେଉଛି । ଏନେଇ ସ୍ଥାନୀୟ ପ୍ରଶାସନକୁ ଳିଖିତ ଭାବେ ଅବଗତ କରାଯାଇଛି । ୨୦୨୧-୨୨ରେ ଖଣିରେ ବାଲିଭର୍ତ୍ତି କାର୍ଯ୍ୟକୁ ୨୫୫ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ଏମସିଏଲ ଜନସମ୍ପର୍କ ଅଧିକାରୀ ପ୍ରେସ୍‌ ମାଧ୍ୟମରେ ଅବଗତ କରାଇଛନ୍ତି ।

Comments (0)
Add Comment