ମହିଳା ଟି-୨୦ ବିଶ୍ୱକପ୍‌, ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ପାଇଁ ଫେରିଲେ ସ୍ମୃତି

ନୂଆଦିଲ୍ଲୀ, ୧୫ା୨: ଭାରତୀୟ ମହିଳା କ୍ରିକେଟ ଟିମ୍‌ ଟି-୨୦ ବିଶ୍ୱକପରେ ଆଜି ୱେଷ୍ଟଇଣ୍ଡିଜ ସହିତ ମୁହାଁମୁହିଁ ହେବ । କେପଟାଉନରେ ମ୍ୟାଚ ଖେଳାଯିବ । ଆଉ ଏହି ମ୍ୟାଚ ପାଇଁ ଟିମକୁ ଫେରିଛନ୍ତି ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା । ଆଜିର ମ୍ୟାଚ ଖେଳିବେ ବୋଲି ଟିମର କୋଚ୍‌ କହିଛନ୍ତି । ଆଙ୍ଗୁଠିରେ ଆଘାତ ଯୋଗୁଁ ସ୍ମୃତି ପାକିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଯାହା ପରେ ବାଂଲାଦେଶ ବିପକ୍ଷ ଅଭ୍ୟାସ୍‌ ମ୍ୟାଚରୁ ବାଦ୍‌ ପଡିଥିଲେ ସ୍ମୃତି । ଟିମ୍‌ ଇଣ୍ଡିଆ ଗ୍ରୁପ ବି ମ୍ୟାଚରେ ପାକିସ୍ତାନ ଠାରୁ ଜିତିବା ପରେ ଦ୍ୱିତୀୟ ସ୍ଥାନରେ ରହିଛି । ଜେମିମାଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ପ୍ଲେୟାର ଅଫ ଦ ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା । ୩୮ ବଲରେ ୮ଟି ଚଉକା ମାରି ୫୩ ରନ୍‌ କରିଥିଲେ । ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ହରାଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୧୫୦ ରନ କରିଥିଲା ପାକିସ୍ତାନ । ଯାହାକୁ ଭାରତ ୬ଟି ବଲ୍‌ ବାକି ଥାଇ ବିଜୟ ହାସଲ କରିନେଇଥିଲା । ମହିଳା ପ୍ରିମିୟର ଲିଗ୍‌ ନିଲାମୀ ହୋଇଥିଲା । ନିଲାମୀରେ ୪୦୯ ଜଣ ଖେଳାଳିଙ୍କ ମଧ୍ୟରୁ ୨୦୯ ଜଣ ଭାରତୀୟ ଏବଂ ୧୬୩ ଜଣ ବିଦେଶୀ ଖେଳାଳି ନିଲାମ ହୋଇଛନ୍ତି । ପ୍ରଥମ ସଂସ୍କରଣ ପାଇଁ ୫ଟି ଦଳ ନିଲାମୀ ମାଧ୍ୟମରେ ମୋଟ ୮୯ ଜଣ ଖେଳାଳିଙ୍କୁ କିଣିଛନ୍ତି । ୫ ଦଳ ମୋଟ ୫୯.୫୦ କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଖେଳାଳିଙ୍କୁ କିଣିଛନ୍ତି । ଭାରତୀୟ ମହିଳା ଦଳର ଉପ ଅଧିନାୟକ ତଥା ଷ୍ଟାର ଓପନର ସ୍ମୃତି ମନ୍ଧାନା ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି । ସ୍ମୃତିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩.୪ କୋଟି ଟଙ୍କାରେ କିଣିଛି । ୨୬ ବର୍ଷୀୟ ସ୍ମୃତି ଭାରତ ପାଇଁ ଏପର୍ଯ୍ୟନ୍ତ ୧୧୨ଟା ଟି୨୦ ମ୍ୟାଚ୍‌ ଖେଳିଛନ୍ତି । ୨୭.୩୩ ପ୍ରତିଶତରେ ୨୬୫୧ ରନ୍‌ କରିଛନ୍ତି । ଟିମ୍‌ ପାଇଁ ୭୭ଟି ଦିନିକିଆ ଖେଳିଛନ୍ତି । ସେଥିରେ ୪୨.୬୮ ପ୍ରତିଶତରେ ୩୦୭୩ ରନ୍‌ କରିଛନ୍ତି । ଏହାଛଡା ୪ଟି ଟେଷ୍ଟ ମ୍ୟାଚ ଖେଳି ୩୨୫ ରନ କରିଛନ୍ତି ।

Comments (0)
Add Comment