ବଦଳିଲା ବିଏମ୍‌ସି ଅଫିସ୍‌ ଠିକଣା

ଭୁବନେଶ୍ୱର, ୧୬ା୨(ଡିକେ ନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମସି ନୂଆ ବିଲ୍ଡିଂ ଉଦ୍‌ଘାଟନ କରିଛନ୍ତି । ଏଥିସହ ସଫା ଆପ୍‌କୁ ମଧ୍ୟ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବିଏମ୍ସି କାର୍ଯ୍ୟାଳୟର ଠିକଣା ବଦଳିଛି । କଳ୍ପନା ଛକରୁ ସତ୍ୟନଗରସ୍ଥିତ ଏହି ୧୨ମହଲା ବିଶିଷ୍ଟ ଆଇସିଏମଓସି କୋଠାକୁ ବିଏମ୍ସି କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଛି । ପୂର୍ବରୁ ଏହି କୋଠାରେ ଡେଲଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ କାର୍ଯ୍ୟାଳୟ ଖୋଲିସାରିଥିବା ବେଳେ ସ୍ମାର୍ଟସିଟି କାର୍ଯ୍ୟଳୟ ମଧ୍ୟ ସ୍ଥାନାନ୍ତରିତ ହୋଇସାରିଛି । କେବଳ ବିଏମସି ଏହି ବିଲ୍ଡଂକୁ ଆସିବା ବାକି ଥିବା ବେଳେ ଆଜି ଏହା ପୂରଣ ହୋଇଛି । ଏହି ବିଲ୍ଡିଂରେ ରାଜ୍ୟର କଳା ସଂସ୍କୃତିର ଝଲକ ରହିଛି । ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ପାଞ୍ଚ ମହଲାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ । ଏହି ୫ ମହଲାରେ ବିଭିନ୍ନ ସଂସ୍ଥା  ସେମାନଙ୍କର ଅଫିସ ଆଦି କରିବା ସହ ଏ ବବାଦକୁ ଅର୍ଥ ପ୍ରଦାନ କରିବେ । ସେହିପରି ବିଏମସିକୁ ଏଠାରେ ୩ଟି ଫ୍ଲୋର୍‌ ମିଳିଥିବା ବେଳେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଗୋଟିଏ ମହଲାରେ
ରହିବ । ଏହା ବ୍ୟତୀତ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର କାର୍ଯ୍ୟାଳୟ ଗୋଟିଏ ମହଲାରେ ରହିବା ସହିତ ପାର୍କିଂ ପାଇଁ ଗୋଟିଏ ମହଲା ବ୍ୟବହୃତ ହେବ । ବିଏମସି ପାଇଁ ଏଠାରେ ଏକ ସ୍ୱତନ୍ତ୍ର ସମ୍ମିଳନୀ କକ୍ଷ କରାଯାଇଛି । ଏଠାରେ ବିଏମସି କର୍ପୋରେସନ ବୈଠକ ବିଲ୍ଡିଂରେ ପର୍ଯ୍ୟାପ୍ତ ପାର୍କିଂ ଏବଂ ଅନ୍ୟାନ୍ୟ ଜରୁରି ସୁବିଧା ମଧ୍ୟ ରହିଛି । ସେହିଭଳି କଳ୍ପନା ଛକରୁ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ସାମନ୍ତରାପୁର ଠାରେ ଭଡ଼ାରେ ·ଲିଥିବା ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନାଲ କାର୍ଯ୍ୟାଳୟ କଳ୍ପନା ଛକସ୍ଥିତ ପୁରୁଣା ବିଏମ୍‌ସି କୋଠାକୁ ସ୍ଥାନାନ୍ତର ହେବ ବୋଲ ସୂଚନା ମିଳିଛି ।

Comments (0)
Add Comment