ICICI ବ୍ୟାଙ୍କରୁ ୧ କୋଟି ୮୫ ଲକ୍ଷ ଟଙ୍କା ଗାଏବ, କର୍ମଚାରୀ ଗିରଫ By Satyajeet On Feb 25, 2023

ଅନୁଗୋଳ :ଆଇସି .ଆଇସି .ଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ ହୋଇଛି। ଅଡିଟରେ ହିସାବ ନମିଳିବା ପରେ ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଟଙ୍କା ହେରଫେରରେ ସଂପୃକ୍ତି ସନ୍ଦେହରେ ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଅନୁଗୋଳ ଜିଲା ଛେଣ୍ଡିପଦାରେ ଥିବା ଆଇସି.ଆଇସି.ଆଇ. ବ୍ୟାଙ୍କରୁ ୧କୋଟି ୮୫ଲକ୍ଷ ଟଙ୍କା ହଡପ ହୋଇଥିବା ନେଇ ବ୍ୟାଙ୍କ କତୃପକ୍ଷ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଗତ ୩ ଦିନ ହେବ ଆଇସି.ଆଇସି.ଆଇ ବ୍ୟାଙ୍କ ଛେଣ୍ଡିପଦା ଶାଖାର ଅଡିଟ ଚାଲିଥିବା ବେଳେ ୧କୋଟି ୮୫ଲକ୍ଷ ୫୦ହଜାର ଟଙ୍କାର ହିସାବ ମିଳି ନଥିଲା । ଏ ନେଇ ଅଡିଟର୍ ବ୍ୟାଙ୍କର ଉଚ୍ଚ‌ପ‍ଦସ୍ଥ ଅଧିକାରୀଙ୍କୁ ଜଣାଇଥିଲ‍େ । ଏ ନେଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଅତୁଲ୍ୟ କୁମାର ପାଟ୍ଟଯୋଶୀ ଛେଣ୍ଡିପଦା ଶାଖାକୁ ଆସି ଘଟଣାର ତଦନ୍ତ କରିବା ସହିତ ଛେଣ୍ଡିପଦା ଆଇସି.ଆଇସି .ଆଇ ବ୍ୟାଙ୍କର କର୍ମଚାରୀ ଆକାଶ ଭାରତୀଙ୍କର ସମୃକ୍ତି ଥିବା ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହିତ ସଂମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି । ଏ ନେଇ ଛେଣ୍ଡିପଦା ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କର୍ମଚାରୀ ଜଣକ ବ୍ୟାଙ୍କରେ ଟଙ୍କା ଡିପୋଜିଟ ପାଇଁ ଆସୁଥିବା ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ ନକରି ଆତ୍ମସାତ କରିଛନ୍ତି । ତଦନ୍ତ ଚାଲିଛି , ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

Comments (0)
Add Comment