ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା, ଗଛ ତଳେ ଗଢ଼ାଯାଉଛି ପିଲାଙ୍କ ଭବିଷ୍ୟତ

ପାପଡ଼ାହାଣ୍ଡି : ଗଛ ତଳେ ତିଆରି ହୋଇଛି ପିଣ୍ଡି। ସେହି ପିଣ୍ଡିରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଗୋଟିଏ ପିଣ୍ଡିରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ବସୁଥିବା ବେଳେ ଅନ୍ୟ ଏକ ପିଣ୍ଡିରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ହିର୍ଲିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୩୭ ଜଣ ଛାତ୍ରଛାତ୍ରୀ ପାଠପଢ଼ନ୍ତି। ପ୍ରତିଦିନ ପ୍ରାୟ ୨୨୦ ଛାତ୍ରଛାତ୍ରୀ ଉପସ୍ଥିତ ରହନ୍ତି। କିନ୍ତୁ ସେମାନଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାହିଁ। ଏଠାରେ ୮ଟି ଶ୍ରେଣୀ ଗୃହର ଆବଶ୍ୟକତା ରହିଥିବା ବେଳେ ମାତ୍ର ୪ଟି ଅଛି। ସେଥିମଧ୍ୟରୁ ଗୋଟିଏ ଶ୍ରେଣୀ ଗୃହର ଅବସ୍ଥା ଭଲ ନାହିଁ। ଏହା ଅସୁରକ୍ଷିତ ଭାବେ ରହିଛି। ବର୍ଷା ହେଲେ ପାଣି ଗଳୁଛି। ତେବେ ଶ୍ରେଣୀ ଗୃହର ଅଭାବ ଯୋଗୁ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ସେହି ଶ୍ରେଣୀ ଗୃହରେ ବସି ପାଠପଢ଼ୁଛନ୍ତି।

#odisha #eduction #papadhahandi
Comments (0)
Add Comment