ମୋଦିଙ୍କ ଗସ୍ତର ପ୍ରଭାବ: ଏଚ-୧ବି ଭିଜା ପାଇଁ ଆମେରିକା ନେଲା ନୂଆ ପଦକ୍ଷେପ…

ଓ୍ବାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହି ସପ୍ତାହରେ ପିଏମ ମୋଦିଙ୍କ ଗସ୍ତ ବଦଳରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନେଇ ପଦକ୍ଷେପ ନେଇଛନ୍ତି। ସୂତ୍ରରୁ ପ୍ରକାଶ, ଏଚ-୧ବି ଭିଜା ଉପରେ କେତେକ ଭାରତୀୟ ଏବଂ ଅନ୍ୟ ବିଦେଶୀ ଶ୍ରମିକମାନେ ବିଦେଶ ଯାତ୍ରା ନ କରି ଆମେରିକାରେ ସେହି ଭିଜାକୁ ନବୀକରଣ କରିବା ଯୋଜନା କରାଯାଇଛି। ଏହି ପାଇଲଟ ପ୍ରୋଗ୍ରାମର ଆଗାମୀ ବର୍ଷରେ କାର୍ଯ୍ୟ ଆରମ୍ଭ ହୋଇପାରେ । ୭୩ ପ୍ରତିଶତ ଏଚ-୧ବି କର୍ମଚାରୀ ହେଉଛନ୍ତି ଭାରତୀୟ ନାଗରିକ। ଭାରତୀୟ ନାଗରିକମାନେ ଆମେରିକାର ଏଚ-୧ବି କାର୍ଯ୍ୟକ୍ରମର ସର୍ବାଧିକ ସକ୍ରିୟ ଉପଭୋକ୍ତା ଅଟନ୍ତି ଏବଂ୨୦୨୨ ଆର୍ଥିକ ବର୍ଷରେ ପ୍ରାୟ ୪୪୨,୦୦୦ ଏଚ-୧ବି ଭିଜା ପ୍ରଦାନ କରାଯାଇଥିବାବେଳେ ସେଥିମଧ୍ୟରେ ୭୩ ପ୍ରତିଶତ ଭାରତୀୟ ନାଗରିକ ଅଟନ୍ତି।

Comments (0)
Add Comment