୮ ୱିକେଟରେ ଭାରତ ବିଜୟୀ

India won by 8 wickets

ନୂଆଦିଲ୍ଲୀ, ୧୧ା୧୦: ବିଶ୍ୱକପରଦ୍ୱିତୀୟ ମ୍ୟାଚରେ ଗର୍ଜିଛି ଟିମଇଣ୍ଡିଆର ଅଧିନାୟକ ରୋହିତଶର୍ମାଙ୍କ ବ୍ୟାଟ । ରୋହିତଙ୍କରେକର୍ଡ ୧୩୧ ରନର ଇନିଂସବଳରେ ଭାରତୀୟ ଟିମ ବୁଧବାରଆଫଗାନିସ୍ତାନକୁ ଏକତରଫାଭାବେ ପରାସ୍ତ କରିଛି ।ଆଫଗାନିସ୍ତାନ ଦେଇଥିବା ୨୭୩ରନର ଟାର୍ଗେଟକୁ ଭାରତୀୟ ଟିମ୨ ୱିକେଟ ହରାଇ ୯୦ ବଲ୍ପୂର୍ବରୁ ହାସଲ କରି ନେଇଛି । ଏହିବିଜୟ ସହ ଦଳ ପଏଣ୍ଟ ଟେବୁଲରଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି ।ନ୍ୟୁଜିଲ୍ୟାଣ୍ଡ ପୂର୍ବ ଭଳି ପ୍ରଥମସ୍ଥାନରେ ରହିଛି । ରୋହିତ ଶର୍ମାଶତକ ହାସଲ କରିଥିବା ବେଳେବିରାଟ କୋହଲି ଅପରାଜିତ ୫୫ରନର ଇନିଂସ ଖେଳିଛନ୍ତି । ବିରାଟତାଙ୍କ କ୍ୟାରିୟରର ୬୮ତମଅର୍ଦ୍ଧଶତକ ହାସଲ କରିଥିଲେ । ସେ୫୫ ବଲରେ ନିଜର ଅର୍ଦ୍ଧଶତକହାସଲ କରିଛନ୍ତି । ସେହିପରିବିଶ୍ୱକପରେ ଏହା ତାଙ୍କରକ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ।ଭାରତକୁ ଜିତିବା ପାଇଁ ୪ ରନରଆବଶ୍ୟକ ଥିବା ବେଳେ ବିରାଟଚୌକା ମାରି ମ୍ୟାଚ ଶେଷକରିଛନ୍ତି । ତେବେ ବିସ୍ଫୋରକଶତକୀୟ ଇନିଂସ ଖେଳିଥିବାରୋହିତଙ୍କୁ ମ୍ୟାନ ଅଫ ଦି ମ୍ୟାଚପୁରସ୍କାର ମିଳିଛି । ଚଳିତବିଶ୍ୱକପରେ ଏହା ଭାରତରକ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମମ୍ୟାଚରେ ଦଳ ଅଷ୍ଟ୍ରେଲିଆକୁ ୬ୱିକେଟରେ ହରାଇଥିଲା । ଏବେଭାରତୀୟ ଟିମ ଶନିବାରଚୀରପ୍ରତି–ୀ ପାକିସ୍ତାନକୁ ଭେଟିବ ।ଦିଲ୍ଲୀର ଅରୁଣ ଜେଟଲୀଷ୍ଟାଡିୟମରେ ଆଫଗାନରଅଧିନାୟକ ହଶମତୁଲ୍ଲା ଶାହିଦିଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତିନେଇଥିଲେ । ଅଜମତୁଲ୍ଲାଓମରଜାଇଙ୍କ ୬୨ ଓ ଶାହିଦିଙ୍କ୮୦ ରନ ବଳରେଆଫଗାନିସ୍ତାନ ୮ ୱିକେଟ ହରାଇ୨୭୨ ରନ କରିଥିଲା । ଭାରତପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ୪ଟି ୱିକେଟ ନେଇଥିଲେ । ୨୭୩ରନର ପିଛା କରୁଥିବା ଭାରତପାଇଁ ରୋହିତ ଶର୍ମା ଓ ଈଶାନକିଶନ ଇନିଂସ ଆରମ୍ଭକରିଥିଲେ । ଆରମ୍ଭରୁ ଈଶାନ ସଟମାରିରେ ସମସ୍ୟାର ସମ୍ମୁଖୀନହୋଇଥିଲେ । କିନ୍ତୁ ରୋହିତବିସ୍ଫୋରକ ବ୍ୟାଟିଂ କରିଥିଲେ ।ପ୍ରଥମେ ସେ ୩୦ ବଲରେନିଜର ଅର୍ଦ୍ଧଶତକ ହାସଲକରିଥିଲେ । ଏହାପରେ ଆହୁରିବିସ୍ଫୋରକ ରୂପ ଧାରଣକରିଥିଲେ । ରୋହିତ ବ୍ୟକ୍ତିଗତ୭୦ ରନରେ ପହଞ୍ଚିଲା ବେଳକୁଈଶାନ ୧୦ ରନ କରିଥିଲେ ।ଏତିକି ବେଳେ ଈଶାନ ମଧ୍ୟଗିୟର ବଦଳାଇ ଆଫଗାନସ୍ପିନରମାନଙ୍କୁ ଆଟା କରିଥିଲେ ।ସେ ୫ଟି ଚୌକା ଓ ୨ଟି ଛକାବଳରେ ୪୭ ବଲରେ ୪୭ ରନକରି ରାଶଦ ଖାନଙ୍କ ବଲରେଆଉଟ ହୋଇଥିଲେ । ଈଶାନଆଉଟ ହୋଇଥିଲେ ମଧ୍ୟ ରୋହିତତାଙ୍କ ବିସ୍ଫୋରକ ବ୍ୟାଟିଂ ଜାରିରଖିଥିଲେ । ସେ ମାତ୍ର ୬୩
ବଲରେ ନିଜର ଶତକ ହାସଲକରିଥିଲେ । ଦିନିକିଆ ବିଶ୍ୱକରେଏହା ରୋହିତଙ୍କ ୭ମ ଶତକୟଏହାପୂର୍ବରୁ କେହି ବି ଏମିତିରେକର୍ଡ କରି ନଥିଲେ ।

#India #Newdhile #Indiawon 8wickets # DumanuiKhabar
Comments (0)
Add Comment