ଦେଶରେ ୧ ନମ୍ବର ଜିଓ ନେଟ୍‌ୱର୍କ

ଭୁବନେଶ୍ୱର : – ଦେଶର ପ୍ରଥମ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଭାରତର ୧ ନମ୍ବରର ନେଟ୍‌ଓ୍ବର୍କ ମାନ୍ୟତା ହାସଲ କରିଛି। ଏପରିକି ଓକ୍‌ଲା ପକ୍ଷରୁ ନିକଟରେ କରାଯାଇଥିବା ସ୍ପିଡ୍‌ ପରୀକ୍ଷା ଆୱାର୍ଡରେ ଜିଓ ସମସ୍ତ ପୁରସ୍କାର ଯଥା ଦ୍ରୁତ ମୋବାଇଲ୍‌ ନେଟ୍‌ୱର୍କ, ଶ୍ରେଷ୍ଠ ମୋବାଇଲ୍‌ କଭରେଜ୍‌, ମୋବାଇଲ୍‌ ନେଟ୍‌ୱର୍କ, ମୋବାଇଲ୍‌ ଗେମିଂ ଅନୁଭୂତି,ମୋବାଇଲ୍‌ ଭିଡିଓ ଅନୁଭୂତି,ମାନ୍ୟତାପ୍ରାପ୍ତ ମୋବାଇଲ୍‌ ନେଟ୍‌ୱର୍କ, ଦ୍ରୁତ ୫ଜି ମୋବାଇଲ୍‌ ନେଟ୍‌ୱର୍କ ଏବଂ ୫ଜି ମୋବାଇଲ୍‌ ଗେମିଂ ଅନୁଭୂତି ଓ ମୋବାଇଲ୍‌ ଭିଡିଓ ଅନୁଭୂତି ଶ୍ରେଣୀରେ ପୁରସ୍କାର ଜିତିଛି।ବିଶେଷକରି ୨୦୨୩ର ପ୍ରଥମ ଓ ଦ୍ୱିତୀୟ ତ୍ରୈମାସିକ ପ୍ରଦର୍ଶନ ଆଧାରରେ ଉପରୋକ୍ତ ପୁରସ୍କାରଗୁଡିକୁ ଜିଓକୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଭାରତରେ ଏକ ଡିଜିଟାଲ ସମାଜ ଗଠନ କରିବା ଲାଗି ଜିଓ ପରିକଳ୍ପନା ପ୍ରସ୍ତୁତ କରିଛି, ଯାହା ଆମ ଜୀବନର ପ୍ରତିଟି କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ଆଣିବ। ଏହି ବିପ୍ଳବରେ ଯୋଗଦାନ ଦେବା ଆମ ପାଇଁ ସୌଭାଗ୍ୟର ବିଷୟ ହୋଇଛି,ଯେଉଁ ଦ୍ରୁତଗତିରେ ଜିଓ ୫ଜିର ଶୁଭାରମ୍ଭ (ରୋଲ୍‌ଆଉଟ୍‌) କରିଛି, ଯାହାକୁ ନେଇ ଆମେ ବେଶ ଉତ୍ସାହିତ ରହିଛୁ। ଏପରିକି ଭାରତରେ ଯେତେସବୁ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରାଯାଇଛି, ସେଥିରେ ୮୫% ଭାଗ ଜିଓର ରହିଛି, ଆମେ ପ୍ରତି ୧୦ ସେକେଣ୍ଡରେ ଗୋଟିଏ ଲେଖାଏ ୫ଜି ସେଲ୍‌ ସ୍ଥାପନ କରୁଛୁ। ସେହିଭଳି ଓକ୍‌ଲାର ସଭାପତି ଓ ସିଇଓ ଷ୍ଟିଫେନ୍‌ ବାୟ କହିଛନ୍ତି, ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ।

#Bhubeneswar #Jio5g #DumaniKhabar
Comments (0)
Add Comment