ସହରକୁ ଆବର୍ଜନାମୁକ୍ତ କରିବ ଟାଟା ଷ୍ଟିଲ ପ୍ରଦତ୍ତ ଯାନ୍ତ୍ରୀକ ସଫେଇ ମେସିନ୍‌

A mechanical cleaning machine provided by Tata Steel will make the city garbage free

ଯୋଡା,: ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ମଙ୍ଗଳବାର ଯାନ୍ତ୍ରୀକ ସଫେଇ ମେସିନକୁ ଯୋଡା ବାସିନ୍ଦାଙ୍କଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଟାଟା ଷ୍ଟିଲ ପକ୍ଷରୁ ପ୍ରଦତ୍ତ ଏହି ମେସିନ୍‌ଟି ଯୋଡା ସହରକୁ ଆବର୍ଜନାମୁକ୍ତ ତଥା ନିର୍ମଳ ରଖିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯୋଡା ମୁନିସିପାଲିଟି ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ପାତ୍ର, ଟାଟା ଷ୍ଟିଲ ଯୋଡା ମୁଖ୍ୟ ରାଜେଶ କୁମାର, ଟାଟା ଷ୍ଟିଲ ମାଙ୍ଗାନିଜ ଗ୍ରୁପ ମୁଖ୍ୟ ଅବନୀଶ କୁମାର, ବିଧାୟିକାଙ୍କ ଯୋଡା ପ୍ରତିନିଧି ବାବୁଲାଲ ସାହୁ, ଯୋଡା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ, ପୂର୍ବତନ କାଉନସିଲର ଜିତୁ ଜେସୱା଼ଲ୍‌ ଏବଂ ମୁନିସିପାଲିଟିର ସମସ୍ତ କାଉନସିଲରଙ୍କ ସହ ସ୍କୁଲ ପିଲାମାନେ ଯୋଗ ଦେଇଥିଲେ । ମେସିନ୍‌ ଟିକୁ ସବୁଜ ପତାକା ଦେଖାଇ ଲୋକାର୍ପିତ କରି ଶ୍ରୀମତୀ ମହାନ୍ତ କହିଲେ, ଯୋଡାକୁ ସବୁଜ ସୁନ୍ଦର କରି ରଖିବା ପାଇଁ ଟାଟା ଷ୍ଟିଲର ସହଯୋଗ ପ୍ରଶଂସନିୟ । ଏଥିପାଇଁ କମ୍ପାନୀକୁ ଧନ୍ୟବାଦ ଦେଉଛି ଏବଂ ଆଗାମୀ ଦିନରେ ଏଭଳି ଆହୁରି ଅନେକ ଜନ ହିତକର ପଦକ୍ଷେପ ନେବାପାଇଁ ମୁଁ କମ୍ପାନୀକୁ ସ୍ୱାଗତ କରୁଛି । ଜଗଦୀଶ ପ୍ରସାଦ ସାହୁ ତାଙ୍କ ସମ୍ଭାଷଣରେ ଯୋଡାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଉଚ୍ଚ କ୍ଷମତା ସମ୍ପନ୍ନ ଏହି ମେସିନ୍‌ଟି ଯୋଡା ମୁନିସିପାଲିଟିର ପ୍ରତ୍ୟେକ ୱାର୍ଡକୁ ସଫା ସୁତୁରା ରଖିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲା ମାନଙ୍କ ଦ୍ୱାରା ପରିବେଶ ସଚେତନତା ସମ୍ପର୍କରେ ଏକ ନାଟକ ପରିବେଶିତ ହୋଇଥିଲା । ଏତଦବ୍ୟତୀତ, ନିକଟରେ ଫୁଟବଲ ଖେଳରେ ୧୫-ବର୍ଷରୁ କମ୍‌ ବିଭାଗରେ କୃତିତ୍ୱ ଲାଭ କରିଥିବା ପାଞ୍ଚ ଜଣ ବାଳିକା ଖେଳାଳୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ ।

# mechanical cleaning machine#bhubaneswar#dumanikhabar#garbage free city#localnews#TATA#TATASteel
Comments (0)
Add Comment