ଅଷ୍ଟମ ଥର ସେମିଫାଇନାଲ ଖେଳିବ ଭାରତ

India will play the semifinals for the eighth time

ନୂଆଦିଲ୍ଲୀ, ୧୧ା୧୧ : ଚଳିତ ଆଇସିସି ବିଶ୍ୱକପର ତ୍ରୟୋଦଶତମ ସଂସ୍କରଣରେ ଆୟୋଜକ ଭାରତ ଟେବୁଲର ଶୀର୍ଷ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି । ଭାରତ ୧୫ରେ ପ୍ରଥମ ସେମିଫାଇନାଲ ପ୍ରାୟତଃ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଭାରତ ୮ମ ଥର ପାଇଁ ସେମିଫାଇନାଲ ଖେଳିବ । ଭାରତ ପୂର୍ବରୁ ୭ଥର ସେମିଫାଇନାଲ ଖେଳିଛି । ସେଥିମଧ୍ୟରୁ ଦଳ ୩ଥର ବିଜୟୀ ହୋଇଥିବା ବେଳେ ୪ଥର ପରାଜିତ ହୋଇଛି । ପୂର୍ବରୁ ଭାରତରେ ଆୟୋଜିତ ହୋଇଥିବା ୩ଟି ଯାକ ବିଶ୍ୱକପର ସେମିଫାଇନାଲରେ ଭାରତ ପ୍ରବେଶ କରିଥିଲା । ସେଥିମଧ୍ୟରୁ ୧୯୮୭ ଓ ୧୯୯୬ରେ ପରାଜିତ ହୋଇଥିବା ବେଳେ ୨୦୧୧ରେ ବିଜୟୀ ହୋଇଥିଲା । ୧୯୮୩ରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ୧୯୮୩ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିଲା । କପିଳ ଦେବ୍‌ଙ୍କ ନେତୃତ୍ୱାଧିନ ଭାରତ ସେମିଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ୬ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା । ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୬୦ ଓଭରରେ ୨୧୩ରନ କରିଥିଲା । ଜବାବରେ ଭାରତ ୫୪.୪ ଓଭରରେ ୪ ୱିକେଟ ହରାଇ ୨୧୭ରନ କରି ବିଜୟୀ ହୋଇଥିଲା । ଫାଇନାଲରେ ୱେଷ୍ଟଇଣ୍ଡିଜକୁ ୪୩ରନରେ ପରାସ୍ତ କରି ଚମ୍ପିଆନ ହୋଇଥିଲା । ସେହିପରି ୧୯୮୭ରେ ଭାରତ ଓ ପାକିସ୍ତାନ ମିଳିତ ଭାବେ ୧୯୮୭ ଆଇସିସି ଦିନିକିଆ ବିଶ୍ୱକପର ୪ର୍ଥ ସଂସ୍କରଣ ଆୟୋଜନ କରିଥିଲେ । ସେମିଫାଇନାଲରେ ଭାରତ ୩୫ରନରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଥିଲା । ୧୯୯୬ରେ ଭାରତ ତୃତୀୟ ଥର ପାଇଁ ୧୯୯୬ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଥିଲା । କଲକାତାର ଇଡେନ ଗାର୍ଡେନରେ ସେମିଫାଇନାଲରେ ଭାରତ ପଡେ଼ାଶୀ ଶ୍ରୀଲଙ୍କାକୁ ଭେଟିଥିଲା । ୨୦୦୩ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିଆରେ ଆୟୋଜିତ ୨୦୧୧ ବିଶ୍ୱକପର ସେମିଫାଇନାଲରେ ଭାରତ ପ୍ରବେଶ କରିଥିଲା । ଡର୍ବାନରେ ଖେଳାଯାଇଥିବା ମ୍ୟାଚରେ ଭାରତ ୯୧ରନରେ କେନିଆକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା । ଭାରତ ୪ ୱିକେଟରେ ୨୭୦ରନ କରିଥିଲା । ସୌରଭ ଗାଙ୍ଗୁଲି ୧୧୧ରନ କରିଥିଲେ । ଜବାବରେ କେନିଆ ୧୭୯ରନ କରିବାକୁ ସକ୍ଷମ ହୋଇଥିଲା । ଜାହିର ଖାନ ୩ଟି ୱିକେଟ ନେଇଥିଲେ । ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ୧୨୫ରନରେ ପରାଜିତ ହୋଇଥିଲା । ୨୦୧୧ରେ ଭାରତକୁ ୨୦୧୧ରେ ପୁଣି କ୍ରିକେଟ ବିଶ୍ୱକପ ଫେରିଥିଲା । ଭାରତ ଉକ୍ତ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିଥିଲା । ମୋହାଲିରେ ଖେଳାଯାଇଥିବା ସେମିଫାଇନାଲରେ ଭାରତ ୨୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା । ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଆୟୋଜିତ ୨୦୧୫ ବିଶ୍ୱକପର ସେମିଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ପ୍ରବେଶ କରିଥିଲା । ସେମିଫାଇନାଲରେ ଭାରତ ୯୫ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା । ୨୦୧୯ରେ ବିଶ୍ୱକପର ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ ୧୮ରନରେ ପରାଜିତ ହୋଇଥିଲା । ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ୨୩୯ରନ କରିଥିଲା । ରସ ଟେଲର ୭୪ ରନ କରିଥିବାବେଳେ ଭୁବନେଶ୍ୱର କୁମାର ୩ଟି ୱିକେଟ ନେଇଥିଲେ । ଜବାବରେ ଭାରତ ୪୯.୩ ଓଭରରେ ୨୨୧ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ରବୀନ୍ଦ୍ର ଜାଡେଜା ୭୭ରନ କରିଥିବାବେଳେ ମ୍ୟାଟ୍‌ ହେନରୀ ୩ଟି ୱିକେଟ ନେଇଥିଲେ ।

#cricket#dumanikhabar#india#news
Comments (0)
Add Comment