ଉକ୍ରଳ ଆଲୁମିନାରେ ଓଡ଼ିଶା ମେଟାଲିଫେରସ୍‌ ଖଣି ନିରାପତ୍ତା ସପ୍ତାହ

Odisha Metalliferous Mine Safety Week at Utkal Alumina

ିକିରି/ରାୟଗଡା : ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉକ୍ରଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବାଫିଲମାଳି ବକ୍ସାଇଟ ଖଣିଠାରେ ୪୧ତମ ଓଡ଼ିଶା ମେଟାଲିଫେରସ୍‌ ଖଣି ନିରାପତ୍ତା ସପ୍ତାହ ଇତିମଧ୍ୟରେ ଭୁବନେଶ୍ୱରସ୍ଥିତ ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ ମାର୍ଗଦର୍ଶନରେ ପାଳିତ ହୋଇଯାଇଛି। ଖଣି ନିରାପତ୍ତା ସପ୍ତାହ ପାଳନ ନିମନ୍ତେ ଉକ୍ରଳ ଆଲୁମିନା ପ୍ରବନ୍ଧ ଲିଖନ, ସ୍ଲୋଗାନ ଲିଖନ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଆଦି ବିବିଧ କାର୍ଯ୍ୟକ୍ରମ ତାହାର କର୍ମଚାରୀ ଏବଂ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜନ କରିଥିଲା। ତଦାରଖକାରୀ ଦଳର ଏକେ ପାତ୍ର, ଫାର୍କ (ଆବାହକ), ସରୋଜ ମହାନ୍ତ, ଇମ୍‌ଫା, ପିକେ ପ୍ରଧାନ, ଫାର୍କ ଏବଂ ରଜତ ପଣ୍ଡା ଓଏମ୍‌ସି ପ୍ରମୁଖ ଚଳିତ ଡିସେମ୍ବର ୧୬ ତାରିଖରେ ବାଫିଲମାଳି ବକ୍ସାଇଟ ଖଣି ପରିଦର୍ଶନ କରିଥିଲେ। ପରେ ମଜହର ବେଗକ୍‌, ୟୁନିଟ ହେଡ୍‌ଙ୍କ ଅଧ୍ୟକ୍ଷତାରେ ଏବଂ ମୁକେଶ ଝା, ମାଇନ୍ସ ହେଡ୍‌ଙ୍କ ପରିଚାଳନାରେ ଉକ୍ରଳ ଆଲୁମିନାର ନୂଆପଡା ଟାଉନ୍‌ସିପରେ ଏକ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ସମାବେଶକୁ ଉଦ୍‌ବୋଧନ ଦେଇ ଶ୍ରୀ ମଜହର ବେଗ୍‌ ଖଣି ନିରାପତ୍ତା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହିତ କାର୍ଯ୍ୟସ୍ଥଳରେ ଶୂନ୍ୟ କ୍ଷତି ବଜାୟ ରଖିବା ସକାଶେ ଧାର୍ଯ୍ୟ ସର୍ଭାବଳୀ ଅନୁପାଳନ ଏବଂ କାର୍ଯ୍ୟ ଧାରାକୁ ଉତ୍ତମ ଭାବରେ ବୁଝିବା ନେଇ ସମୁଦାୟ ଟିମ୍‌କୁ ପ୍ରଶଂସା କରିଥିଲେ। କାର୍ଯ୍ୟସ୍ଥଳରେ ନିରାପତ୍ତା ବିଧିବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ନିରାପତ୍ତା ସମାଧାନ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଏକ ମାନକ ଧାର୍ଯ୍ୟ କରିବାକୁ ୪୧ତମ ଓଡ଼ିଶା ମେଟାଲିଫେରସ୍‌ ଖଣି ନିରାପତ୍ତା ସପ୍ତାହ ପାଳନ ଲକ୍ଷ୍ୟ ରଖିଥିଲା।

#bhubaneswar#dumanikhabar#latestnews#localnews#news#odisha
Comments (0)
Add Comment