କଡ଼ାକଡ଼ି ହେବ ସ୍କୁଲ ବସ୍‌ ଗାଇଡଲାଇନ୍‌ ଅଗ୍ନି ନିର୍ବାପକ ଯନ୍ତ୍ର-ଫାଷ୍ଟଏଡ୍‌ ବାଧ୍ୟତାମୂଳକ

ଭୁବନେଶ୍ୱର : ସ୍କୁଲ ବସ ପାଇଁ ଆସିଲାଗାଇଡ୍‌ଲାଇନ। ନୂଆ ଗାଇଡଲାଇନ ଆଣିଲା ସଡକ ଓ ପରିବହନ ବିଭାଗ । ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ। ଏହାସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ଼ ମଧ୍ୟ ରହିବା ବାଧ୍ୟତାମୂଳକ। ସେହିରି ଝରକା ଗୁଡିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ। ବସ୍‌ଟି ୫୦ କିଲୋମିଟରରୁ ଅଧିକ ସ୍ପିଡ଼ରେ ·ଲିାରିବନି। ବସରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ ରହିଥିବା ବେଳେ ଗାଡି ·ଲିବା ବେଳେ ବସର ଡୋରଟି ଭଲ ଭାବେ ଲକ୍‌ ହେଉଥିବା ଆବଶ୍ୟକ। ଗାଡି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ଼ ଲାଇସେନ୍ସ ରଖିବା ଜରୁରୀ। ୫ ବର୍ଷ ଭାରିଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ। ସ୍କୁଲ ବସରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ। ଏହାବ୍ୟତୀତ ସ୍କୁଲ ବ୍ୟାଗ ରଖିବା ପାଇଁ ଦୁଇ ସିଟ୍‌ ମଧ୍ୟରେ ସ୍ପେସ ରହିବା ଦରକାର। ଆଉ ଗାଡ଼ିରେ ଫିଟନେସ ସାର୍ଟିଫିକେଟ ଓ ରୁଟ ·ର୍ଟ ରହିବା ଜରୁରୀ ବୋଲି ନିର୍ଦ୍ଦେଶନାମା ରହିଛି।

#SchoolBusGuidelines#Strict#dumanikhabr#odisha
Comments (0)
Add Comment