ନନ୍ଦନକାନନ ଆସିବ ଜବତ ବିରଳ ଗରୁଡ ପକ୍ଷୀ

ଯାଜପୁରରୋଡ, ପାଣିକୋଇଲି ସ୍ଥିତ ଧାନ ମିଲରୁ ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର ଘଟଣା। ସୋମବାର ଦିନ ୧୨ଟା ସମୟରେ ପକ୍ଷୀ ଜବତକୁ ନେଇ ଯାଜପୁର ରୋଡ ବନବିଭାଗ କାର୍ଯ୍ୟାଳୟରେ ପତିକ୍ରିୟା ଦେଲେ ରେଞ୍ଜର। ସୂଚନା ଅନୁଯାୟୀ ପାଣିକୋଇଲି ସ୍ଥିତ ଏକ ରାଇସ ମିଲରେ ଏକ ବିରଳ ଗରୁଡ଼ ପକ୍ଷୀ ଥିବା ମିଲ କର୍ତ୍ତୃକ୍ଷ ଯାଜପୁର ରୋଡ ରେଞ୍ଜରଙ୍କୁ ଖବର ଦେଇଥିଲେ । ଗତକାଲି ଖବର ପାଇ ବନ ବିଭାଗ କର୍ମଚାରୀ ରାଇସ ମିଲରେପହଂଚି ଗରୁଡ଼ ପକ୍ଷୀକୁ ଜବତ କରି ଆଜି ଯାଜପୁର ରୋଡ ବନ ବିଭାଗ
କାର୍ଯ୍ୟାଳୟକୁ ଆଣିଥିଲେ । ସେପଟେ ଆଜି ବନ ବିଭାଗ ପକ୍ଷରୁ ପକ୍ଷୀର ଡାକ୍ତର ଚିକିତ୍ସା କରିଛନ୍ତି । ଏଥି ସହିତ ଆଜି କଟକ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ନନ୍ଦନକାନନରେ ଛାଡିବାକୁ ନିଦ୍ଦେଶ ଦିଆଯାଇଥିବା ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

 

 

#Nandankanancome#Garudabird#dumanikhabar#odisha
Comments (0)
Add Comment