ଗ୍ରେଡ ପେ ବୃଦ୍ଧି ନେଇ ଅମଲା ସଂଘର ଦାବି

ନବରଙ୍ଗପୁର, ଓଡ଼ିଶା ରାଜସ୍ୱ ଅମଲା ସଂଘର ବହୁ ପ୍ରତୀକ୍ଷିତ ଦାବି ପୃଥକ ପାହ୍ୟା ରାଜ୍ୟ ସରକାର ପୂରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏବଂ ରାଜସ୍ୱ ଅମଲା ସଂଘର ମାର୍ଗଦର୍ଶକ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କୁ ଓଡିଶା ରାଜସ୍ୱ ଅମଲା ସଂଘର ସଭାପତି ତ୍ରି ତି ବାଲାଜୀ ସାହୁଙ୍କ ନେତୃତ୍ୱରେ କୃତଜ୍ଞତା ଜ୍ଞାପନ କରିବା ସହିତ ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ମୁଖ୍ୟ ଦାବି ଗ୍ରେଡ ପେ ୪୨୦୦/- ବୃଦ୍ଧି କରିବା ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅନୁଷ୍ଠିତ ହୋଇଥିବା ସଭାରେ ଅନୁରୋଧ କରାଗଲା। ଏହି ଅବସରରେ ଓଡିଶା ରାଜସ୍ୱ ଅମଲା ସଂଘରର ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି, ଉପ ସଭାପତି ଆକାଶ ଗଣ୍ଡ, କୋଷାଧକ୍ଷ ସୁଶାନ୍ତ କୁମାର ନାୟକ, ବିଜୟ କୁମାର ସାହୁ, ସୁନୀଲ କୁମାର ଦାସ, ଲୋକନାଥ ସାହୁ, ଶ୍ରୀକାନ୍ତ ଶତପଥୀ, କୃଷ୍ଣ ରାଣୀ ବାଲା, କଳ୍ପନା ନାୟକ, ମନମୋହିନୀ ହାଲଦାର, ଶେଖର କୁମାର, ଅମିତ ନାୟକ, ଅନିତା ଗଣ୍ଡ, ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

#Nabarangapur#Govmentruel#dumanikhabar#odisha
Comments (0)
Add Comment