ବିଜେଡ଼ି ବିରୋଧୀ ମାମଲା ଦିଲ୍ଲୀ ହାଇକୋର୍ଟରେ ଅଗ୍ରାହ୍ୟ

ଭୁବନେଶ୍ୱର, ଜନତା ଦଳ କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ଓଡ଼ିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ “ଶଙ୍ଖ’କୁ ବ୍ୟବହାର କରୁଥିବା ମାମଲାରେ ହସ୍ତ କ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏଥି ସହିତ କୋର୍ଟ ଏହି ମାମଲା ପାଇଁ ଓଡିଶା ହାଇକୋର୍ଟରେ ଅପିଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ବିଜେଡିର ଦଳୀୟ ଚିହ୍ନ,ଶଙ୍ଖ ଚିହ୍ନକୁ ବ୍ୟବହାର କରୁଥିବା ଅଭିଯୋଗ ଆଣି ଦିଲ୍ଲୀ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ବିଜେପି ନେତା ଯତୀନ ମହାନ୍ତି। ରାଜ୍ୟ ସରକାର ଲକ୍ଷ୍ମୀ ବସ୍‌ ଯୋଜନ, ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ବିଭିନ୍ନ ଯୋଜନା ପାଇଁ ଦିଆଯାଉଥିବା ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଆସୁଛନ୍ତି ବିରୋଧୀ। ଏହା ସମ୍ବିଧାନର ଉଲଂଘନ ବୋଲି ବିରୋଧୀ କହି ଆସୁଛନ୍ତି। କିନ୍ତୁ ଶାସକ ଦଳ ବିଜଡି ଓ ରାଜ୍ୟ ସରକାର ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି।

 

#BJD#Anti-Loss case# Rejected #Delhi High Court #dumanikhabar#odisha
Comments (0)
Add Comment