କିଟ୍‌ ପକ୍ଷରୁ ଫୁଲବାଣୀରେ ମେଗା ନିଯୁକ୍ତି ମେଳା

ଭୁବନେଶ୍ୱର/କନ୍ଧମାଳ, କନ୍ଧମାଳ ସଂସଦୀୟ କ୍ଷେତ୍ର ନିମନ୍ତେ କୀଟ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କର ପ୍ରୟାସ କୀଟ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ର ଅଭିବ୍ୟକ୍ତି ୪ ଜିଲ୍ଲା ଗଞ୍ଜାମ, ନୟାଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଜନସାଧାରଣଙ୍କର ପରିବାରକୁ ରୋଜଗାର ଦେଇ ଅଭାବ ଅନାଟନ ଦାରିଦ୍ର୍ୟ ଦୂର କରି ପରିବାର ଲୋକଙ୍କ ମୁହଁରେ ହସ ଫୁଟାଇବା ନିମନ୍ତେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ କନ୍ଧମାଳ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ରବିବାର ଦ୍ୱିତୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଅନ୍ୟତମ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲ,
କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ପୁରୁଷୋତ୍ତମ ମହାପାତ୍ର, ମହାରାଷ୍ଟ୍ରର ଚାମର୍ସ ଅଫ ଇଣ୍ଡଷ୍ଟ୍ରି ଏଗ୍ରିକଲଚର ପ୍ରେସିଡେଣ୍ଟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ସାମନ୍ତ ଏହା ହେଉଛି ଭାରତର ସର୍ବବୃହତ ନିଯୁକ୍ତି ମେଳା। ଏଥିରେ ୧୨୦ରୁ ଉଦ୍ଧ୍ୱର୍ ଜାତୀୟ ତଥା ବହୁରାଷ୍ଟ୍ରୀୟ କମ୍ପାନୀ ଓ ବ୍ୟବସାୟ ପ୍ରତିଷ୍ଠାନ ଯୋଗଦେଇଛନ୍ତି।
କନ୍ଧମାଳ ସଂସଦୀୟ କ୍ଷେତ୍ରର ୨୦ଟି ବ୍ଳକରୁ ୧୮ ହଜାର ଆଶାୟୀ ଏହି ନିଯୁକ୍ତି ମେଳାରେ ଯୋଗ ଦେଇଥିଲେ। ଗୋଟିଏ ଦିନରେ ପ୍ରାୟ ୧୦ ହଜାର ପ୍ରାର୍ଥୀ ନିଯୁକ୍ତି ପାଇବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ମନୋନୀତ ପ୍ରାର୍ଥୀଙ୍କ ମାସିକ ବେତନ ସର୍ବନିମ୍ନ ୧୨ ହଜାର ରୁ ୪୫ ହଜାର ଟଙ୍କା ସହ କମ୍ପାନୀଗୁଡ଼ିକ ପକ୍ଷରୁ କର୍ମଚାରୀଙ୍କୁ ମିଳୁଥିବା ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ। କେତେକ କମ୍ପାନୀ ଯୋଗ୍ୟ
ପ୍ରାର୍ଥୀଙ୍କୁ ମାସିକ ବେତନ ୮୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ସାଂସଦ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିବା ବେଳେ ଫୁଲବାଣୀ ସହରକୁ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ସମଗ୍ର ଭାରତରୁ ୧୨୦ଟି କମ୍ପାନୀ ଆସିବା ନିଶ୍ଚିତ ଭାବେ କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ଗର୍ବ ଗୌରବର ବିଷୟ ବୋଲି ସାଂସଦ ଶ୍ରୀ ସାମନ୍ତ କହିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କର ପରିବାର ମଧ୍ୟରେ
ରୋଜଗାର ଯୋଗାଇ ଦେଇ ସେମାନଙ୍କର ଅଭାବ ଅନାଟନ ଦାରିଦ୍ର୍ୟ ଦୂର କରି ମୁଁହରେ ହସ ଫୁଟାଇବା ଆୟୋଜିତ ନିଯୁକ୍ତି ମେଳାର ମୁଖ୍ୟ ଉଦେଶ୍ୟ ବୋଲି ଗଣମାଧ୍ୟମକୁ କହିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ରାଜ୍ୟର ଯୁବଗୋଷ୍ଠୀଙ୍କ ବିକାଶ ଓ କର୍ମନିଯୁକ୍ତି ଉପରେ ଗୁରୁତ୍ୱ ଦେଇଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସାଂସଦ ଡ. ସାମନ୍ତଙ୍କର କନ୍ଧମାଳ ସଂସଦୀୟ
କ୍ଷେତ୍ରର ବେକାର ଯୁବକ ଯୁବତୀ ଭାଇ ଭଉଣୀମାନଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ନିମନ୍ତେ ପ୍ରୟାସ ଜାରି ରଖି ରଖିଛନ୍ତି। ୨୦୨୦ରେ ପ୍ରଥମଥର ପାଇଁ ଫୁଲବାଣୀରେ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏହି ନିଯୁକ୍ତି ମେଳାରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ବହୁ ବେକାର ଯୁବକ ଯୁବତୀ ବିଭିନ୍ନ କମ୍ପାନୀ ଓ ସଂସ୍ଥାରେ ନିଯୁକ୍ତି ପାଇପାରିଥିଲେ। ଏହା ବ୍ୟତୀତ ଶ୍ରୀ ସାମନ୍ତ ତାଙ୍କ ନିଜ ଅନୁଷ୍ଠାନ
କିଟ୍‌ ଓ କିସରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ୭ଶହରୁ ଉର୍ଦ୍ଧ୍ୱ ପିଲା ନିଯୁକ୍ତି ପାଇପାରିଛନ୍ତି। ଏହି ନିଯୁକ୍ତି ମେଳାରେ ଯୋଗଦେବାକୁ ଥିବା ସଂସଦୀୟ କ୍ଷେତ୍ରର ସମସ୍ତ ଯୁବକ ଯୁବତୀଙ୍କୁ ସେମାନଙ୍କ ନିଜ ନିଜ ବ୍ଲକ କାର୍ଯ୍ୟାଳୟଠାରୁ ଫୁଲବାଣୀ ଷ୍ଟାଡିୟମ ପର୍ଯ୍ୟନ୍ତ ମାଗଣାରେ ଯିବା ଆସିବାର ବନ୍ଦୋବସ୍ତ କରାଯାଇଥିଲା। ଏହା ସହିତ ମଧ୍ୟାହ୍ନଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏଥିନିମନ୍ତେ କନ୍ଧମାଳ ଜିଲ୍ଲାର ସମସ୍ତ ୧୨ଟି ବ୍ଳକ ଏବଂ ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଞ୍ଚାମାଳ ବ୍ଲକ ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଳକ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଳକର ଯୁବକ ଯୁବତୀମାନେ ନିର୍ଦ୍ଧାରିତ ଦିନ ପୂର୍ବରୁ ନିଜ ନିଜ ବ୍ଲକ୍‌ କାର୍ଯ୍ୟାଳୟରେ ଅଗ୍ରୀମ ନାମ ପଞ୍ଜୀକରଣ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା ଓ ପଞ୍ଜୀକରଣ ସମୟରେ ଯୁବକ ଯୁବତୀମାନେ ସେମାନଙ୍କ ଆଧାର
କାର୍ଡ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ପାସ୍ପୋର୍ଟ ଫଟୋ ଆବଶ୍ୟକ ହୋଇଥିଲା। ନିଯୁକ୍ତି ପାଇବା ପାଇଁ କନ୍ଧମାଳ ସଂସଦୀୟ କ୍ଷେତ୍ରର ବେକାରସଦ ବେକାର ଯୁବକ ଯୁବତୀଙ୍କ ମନରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା। ଆଜି ଆୟୋଜିତ ସଭା ମଞ୍ଚରେ ସାଂସଦ ଶ୍ରୀ ସାମନ୍ତ ଅତିଥିମାନଙ୍କ ଦ୍ୱାରା ପ୍ରଥମେ ପ୍ରଥମେ ୧୦ ଜଣ ବିଭିନ୍ନ କମ୍ପାନୀ ଦ୍ୱାରା ଚାକିରୀ ପାଇଥିବା ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ସାଂସଦ ଶ୍ରୀ ସାମନ୍ତ କନ୍ଧମାଳର ସାଂସଦ ଭାବେ ନିର୍ବାଚିତ ହେବା ପରେ ସଂସଦୀୟ କ୍ଷେତ୍ରର ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ପର୍ଯ୍ୟଟନ, ଟେଲି ଯୋଗାଯୋଗ, ରେଳପଥ ସଂଯୋଗୀକରଣ ଓ ନିଯୁକ୍ତି ଉପରେ ଗୁରୁତ୍ୱ ପ୍ରଦାନ କରି ତାଙ୍କର ପ୍ରୟାସ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ଶ୍ରୀ ସାମନ୍ତଙ୍କ ଉଦ୍ୟମରେ କନ୍ଧମାଳବାସୀଙ୍କ ଦୀର୍ଘ ଦିନର
ସ୍ୱପ୍ନ  ଫୁଲବାଣୀଠାରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ ଓ ମେଡିକାଲ କଲେଜ ସ୍ଥାପନ ସମ୍ପୂର୍ଣ୍ଣ ହୋଇପାରିଛି। କନ୍ଧମାଳ ଜିଲ୍ଲା ଓ ଫୁଲବାଣୀ ସହରକୁ ରେଳ ଲାଇନ୍‌ ସଂଯୋଗ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଜିଲ୍ଲାରେ ଅଧିକ ଟେଲିଫୋନ୍‌ ଟାୱାର ସ୍ଥାପନ ପାଇଁ ମଧ୍ୟ ଅନୁମୋଦନ ହୋଇ କାମ ଆଗେଇ ଲିଛି ବୋଲି ନିଯୁକ୍ତି ମେଳା ନିମନ୍ତେ ଆୟୋଜିତ ସାଧାରଣ ସଭାରେ ସାଂସଦ ଶ୍ରୀ ସାମନ୍ତ କହିଥିଲେ। ନିଯୁକ୍ତି ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଅଧିକାରୀ କର୍ମଚାରୀମାନେ ଦାୟିତ୍ୱ ବହନ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

 

#Mega recruitment fair Kit #dumanikhabar #odisha
Comments (0)
Add Comment