ଭୁବନେଶ୍ୱର, : ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଲିଜେଣ୍ଡ୍ କ୍ଲାସିକ୍ ପକ୍ଷରୁ ପୁରୀ ବେଳାଭୂମିରେ ଦୁଇ ଦିନିଆ ଜାତୀୟସ୍ତରର ବରମୁଡ଼ା ବିଚ୍ ମଡେଲ୍-୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ଟଲ୍ କାଟେଗୋରୀରେ ତୃତୀୟ ସ୍ଥାନରେ
ରହି କାଂସ୍ୟ ପଦକ ଜିତିଛନ୍ତି ପୁରୁଣା ଭୁବନେଶ୍ୱର ଯୁବକ ଆଶୀର୍ବାଦ ମହାନ୍ତି । ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ଆଶୀର୍ବାଦ ମଧ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଟ୍ରାଏଲ୍ସ ପାଇଁ ମନୋନୀତ ହୋଇଛନ୍ତିୟ ଏହି ସଫଳତା ମଧ୍ୟ ଜାତୀୟସ୍ତରରେ ଓଡ଼ିଶାକୁ ଗେରବାନ୍ୱିତ କରିଛି । ପୂର୍ବରୁ ସୁନ୍ଦର ସ୍ୱାସ୍ଥ୍ୟ ଓ ଶକ୍ତି ଉତ୍ତୋଳନ କରିଥିବା ଆଶୀର୍ଦାବ ଆହତ କାରଣରୁ ଦୂରେଇ ରହିଥିଲେ । ଏବେ ସୁନ୍ଦର ସ୍ୱାସ୍ଥ୍ୟର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତାରେ ରାଜ୍ୟ ପାଇଁ ଅପୂର୍ବ ସଫଳତା ଆଣିଛନ୍ତି । ଡାକରା ବିଭୀଷଣେଶ୍ୱର କଲୋନୀର ସୋମଶଙ୍କର ପ୍ରସାଦ ମହାନ୍ତି ଓ ସ୍ନେହଲତା ମହାନ୍ତିଙ୍କ ପୁଅ ଆଶୀର୍ବାଦ ୨୦୧୨ରେ ମିଷ୍ଟର୍ ଭୁବନେଶ୍ୱର ଓ କଳିଙ୍ଗଶ୍ରୀ ମୁକୁଟ ଅର୍ଜନ କରିଥିଲେ । ଶକ୍ତି ଉତ୍ତୋଳନ କରୁଥିବା ବେଳେ ବେଞ୍ଚ୍ ପ୍ରେସ୍ରେ ୨୭୦ କିଲୋଗ୍ରାମ ଉତ୍ତୋଳନ କରି ଏକଦା ରେକର୍ଡ କରିଥିଲେ । ଆହତ କାରଣରୁ ଏହି ଖେଳଠାରୁ ଦୂରେଇ ରହିଥିଲେ ମଧ୍ୟ ଦୃଢ଼ମନୋବଳ ଓ ମା\’ଙ୍କ ସମର୍ଥନ କାରଣରୁ ଏବେ ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଲିଜେଣ୍ଡ୍ କ୍ଲାସିକ୍ର ବରମୁଡ଼ା ବିଚ୍ ମଡେଲରେ ସଫଳତା ଅର୍ଜନ କରିଛନ୍ତି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଏବେ ପ୍ରାୟୋଜକ ଯୋଗାଡ଼ରେ ରହିଛନ୍ତି ଆଶୀର୍ବାଦୟ ସରକାରୀ ଓ ବେସରକାରୀ ସଂସ୍ଥା ସହଯୋଗର ହାତ ବାଇବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଲିଜେଣ୍ଡ୍ କ୍ଲାସିକ୍: ଆଶୀର୍ବାଦଙ୍କୁ ଅନ୍ତର୍ଜାତୀୟ ସୁଯୋଗ
Prev Post
Next Post