ଅନ୍ତର୍ଜାତୀୟ ଉଡାଣ ସଂଖ୍ୟାରେ ୧୫ ପ୍ରତିଶତ ହ୍ରାସ କଲା ଏୟାର ଇଣ୍ଡିଆ

0 67

ନୂଆଦିଲ୍ଲୀ,: ଟାଟା ଗ୍ରୁପ ମାଲିକାନାରେ ଥିବା କମ୍ପାନୀ ଏୟାର୍‌ ଇଣ୍ଡିଆ ତାର ଅନ୍ତର୍ଜାତୀୟ ଉଡ଼ାଣରେ ୧୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ଜଣାପଡ଼ିଛି ଯେ, ଏହି ନିଷ୍ପତ୍ତି ୧୨ ଜୁନ୍ ରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ପରେ ଆରମ୍ଭ ହୋଇଥିବା ସୁରକ୍ଷା ତଦନ୍ତ, ଇରାନୀ ଆକାଶପଥ ବନ୍ଦ ହେବା ଓ ଅନ୍ୟାନ୍ୟ ଟେକ୍ନିକାଲ କାରଣରୁ ନିଆଯାଇଛି । ଅନ୍ତର୍ଜାତୀୟ ଉଡ଼ାଣ ସଂଖ୍ୟାରେ ଏହି ହ୍ରାସ ଅତି କମରେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଏୟାର୍ ଇଣ୍ଡିଆ ତାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ \’ଏକ୍ସ\’ ରେ ଏକ ପୋଷ୍ଟ୍ ମାଧ୍ୟମରେ କହିଛି ଯେ, ଏୟାର୍ ଇଣ୍ଡିଆ ସାମ୍ନା କରୁଥିବା କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ବିମାନ ସେବାର ସ୍ଥିରତା ଓ ଉତ୍ତମ କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରିବା ସହ ଯାତ୍ରୀମାନଙ୍କର ଅସୁବିଧା କମାଇବା ପାଇଁ ଏୟାର୍ ଇଣ୍ଡିଆ ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଉଡ଼ାଣ ସଂଖ୍ୟାରେ ୧୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏୟାରଲାଇନ୍‌ ଅନୁଯାୟୀ, ଅନ୍ତର୍ଜାତୀୟ ଉଡ଼ାଣ
ସଂଖ୍ୟାରେ ଏହି ହ୍ରାସ ଶୁକ୍ରବାର, ୨୦ ଜୁନ୍ ରୁ ଲାଗୁ ହେବ ଓ ଅତି କମରେ ଜୁଲାଇ ମଧ୍ୟ ପର୍ଯ୍ୟନ୍ତ ଜାରି ରହିବ ।

Leave A Reply

Your email address will not be published.