ଜଗନ୍ନାଥ ପ୍ରସାଦ -: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ମାତ୍ର 5କିଲୋ ମିଟର ଦୂରରେ ଅବସ୍ଥିତ ଛାମୁଣ୍ଡା ଦଣ୍ଡପାଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସେଠାରେ ଡାକ୍ତର ସଠିକ ଭାବରେ ଆସନ୍ତିନାହିଁ |ଏକମାତ୍ର ସାହା ଫାର୍ମାସିଷ୍ଟ ଓ ଏ.ଏନ.ଏମ. ଦିଦି, ଏଲଟି ଏବଂ ସୁଇପର, ସିକୁରିଟି ଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର ବିଶୃଙ୍ଖଳା ତଥା ଅବ୍ୟବସ୍ଥାର ଶିକାର ହେଉଛନ୍ତି ରୋଗୀ ମାନେ | ଏଠିକାର ସ୍ଵାସ୍ଥ୍ୟ କର୍ମୀ କିଏ କାହାର କାମ କରୁଛନ୍ତି କେହି ଜାଣନ୍ତି ନାହିଁ | ଏଠି ଗୁରୁତର ଅବସ୍ଥାରେ ଥିବା ରୋଗୀ ଆସିଲେ ଡ୍ରେସିଂ କରିବା ଲାଗି ସ୍ଵାସ୍ଥ୍ୟ କର୍ମୀ ନଥାନ୍ତି, ତାହା ମଧ୍ୟ ଫାର୍ମାସିଷ୍ଟ ଙ୍କୁ କରିବାକୁ ପଡୁଛି | ଏହାଛଡା ଆୟୁଷ ଡାକ୍ତର ଏଠି ରହନ୍ତି ନାହିଁ ସପ୍ତାହ ରେ 3ଦିନ ଆସନ୍ତି ବୋଲି ଫାର୍ମାସିଷ୍ଟ କହିଛନ୍ତି ରୋଗୀର ଚିକିତ୍ସା ସଠିକ୍ ରୂପେ କେବେ ହୁଏନି। ଡାକ୍ତର ଙ୍କୁ ଜଗନ୍ନାଥ ପ୍ରସାଦଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡ଼ଃଦାସ କିରଣ କୁମାର ଜଗନ୍ନାଥ ପ୍ରସାଦ ରେ ଡିଉଟିରେ ରଖନ୍ତି ଏବଂ ନିଜେ ରୁମରେ ରହି ଠିକ ଭାବରେ ପେସେଣ୍ଟ ଦେଖନ୍ତି ନାହିଁ ଆରାମ ରେ ଉପର ଘରେ ରହି ଦରମା ପାନ୍ତି | ସେ କୌଣସି ଗଣମାଧ୍ୟମ ଵାଲାଙ୍କୁମଧ୍ୟ ସେ ଖାତିର କରନ୍ତିନାହିଁ | ଇନଚାର୍ଜ କହନ୍ତି ମୁଁ ମେଡିକେଲ ରୁ କିଛି ଖାଉନି କି କାହାକୁ ଡରୁନି ବୋଲି କହିଛନ୍ତି | ଆର ଟି ଆଇ ମାଗିଲେ ମଧ୍ୟ ତାଙ୍କର ଖାତିର ନାହିଁ |ଯାହାଫଳରେ ହସ୍ପିଟାଲ୍ ରେ ସ୍ଵାସ୍ଥ୍ୟ କର୍ମୀ ଓ ରୋଗୀ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ। ସ୍ଵାସ୍ଥ୍ୟ କର୍ମୀ ମାନେ ଡାକ୍ତରଙ୍କ ଭଳି ରୋଗୀ ମାନଙ୍କ ଚିକିତ୍ସା କରୁଛନ୍ତି। ରୋଗି ସେବା ଲାଗି ଅନ୍ୟ ସ୍ଵାସ୍ଥ୍ୟ କର୍ମୀ ମାନଙ୍କୁ ଯଥା ଆୟୁଷ ଡ଼ାକ୍ତର, ସେକ୍ଟର ସୁପର ଭାଇଜର, ମ୍ୟାଲେରିଆ ଓ ଟିବି ର ସୁପର ଭାଇଜର, ସେକ୍ୟୁରିଟି ଗାର୍ଡ, ଆର.ବି.ଏସ.କେ ର ସ୍ଵାସ୍ଥ୍ୟ କର୍ମୀ ମାନଙ୍କୁ ଦାୟିତ୍ଵ ଦେଇଛନ୍ତି। ଏହି ହସ୍ପିଟାଲ୍ ଆଉଟ୍ ଡୋର ରେ ମାସକୁ ୬ ହଜାର ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଆସନ୍ତି। ଦିନକୁ ପ୍ରାୟ ୧୭୦ ରୁ ୧୯୦ ଜଣ ବିଭିନ୍ନ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସନ୍ତି |ହେଲେ ଏଠାରେ ଡେଲିଭେରୀ ପେସେଣ୍ଟ ହେଉ କିମ୍ବା ଗୋଡ଼ ହାତ ଭଙ୍ଗା ଠାରୁ ଗୁରୁତ୍ୱ ରୋଗୀଙ୍କୁ ଆସୁ ଆସୁ ଭଞ୍ଜନଗର କିମ୍ବା ବ୍ରହ୍ମପୁର ପଠାଇ ଥାନ୍ତି | ତଥାପି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗଙ୍କ ମନମାନି ଓ ସ୍ଥାନୀୟ ସ୍ଵାସ୍ଥ୍ୟ ମୂଖିଆଙ୍କ ଖାମଖିଆଲ ନୀତି ଯୋଗୁଁ ଏହି ଭଳୀ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଏପଟେ କ୍ୱାକ ମାନଙ୍କ ଦୌରାତ୍ମୀୟ କହିଲେ ନସରେ କିଏ ଗାଁ ଗାଁ ବୁଲି ତ କିଏ ଆଉ କିଛି ଜାଗାରେ କ୍ଲିନିଙ୍ଗ କରି ଲୋକଙ୍କୁ ସୋସୁଛନ୍ତି ରୋଗୀଙ୍କୁ ଥଣ୍ଡା ଜ୍ଵର ଠାରୁ ଆରମ୍ଭ କରି କେହି କେହି ବଡ ବଡ ରୋଗକୁ ମଧ୍ୟ ମେଡ଼ିସିନ ଦେଉଥିବା ଲୋକେ କହୁଛନ୍ତି | କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଚିର ନିଦ୍ରାରେ ଥିବା ଜନସାଧାରଣ ରେ ଆଲୋଚନା ହେଉଛି |