ଅହମ୍ମଦାବାଦ, : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ମଙ୍ଗଳବାର ଇତିହାସ ସୃଷ୍ଟି କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଚାମ୍ପିୟନ ହୋଇଛି ବିରାଟ କୋହଲିଙ୍କ ଦଳ ଆରସିବି । ଏହା ସହିତ ଆରସିବିର ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି । ଏହା ପୂର୍ବରୁ ଏହି ଦଳ ୩ ଥର ଫାଇନାଲକୁ ଯାଇଥିଲେ ବି ଚାମ୍ପିୟନ ହୋଇପାରିନଥିଲା । ୧୯୧ ରନର ପିଛା କରୁଥିବା ପଞ୍ଜାବ ୨୦ ଓଭରରେ ୭
ୱିକେଟ ହରାଇ ୧୮୪ ରନ କରିପାରିଥିଲା । ଦଳ ପକ୍ଷରୁ ଶଶାଙ୍କ ସିଂ ୬୧ ରନ, ଜୋସ ଇଂଗଲିସ ୩୯ ରନ, ପ୍ରଭସିମରନ ସିଂ ୨୬ ଓ ପ୍ରିୟାଂଶ ଆର୍ଯ୍ୟା ୨୪ ରନ କରିଥିଲେ । ଦଳ ପକ୍ଷରୁ ଭୁବନେଶ୍ୱର କୁମାର ଓ କୃନାଲ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଦୁଇ ଓପନର ଫିଲିପ ସଲ୍ଟ ଓ ବିରାଟ କୋହଲି ଆରମ୍ଭରୁ ସତର୍କତାର ବ୍ୟାଟିଂ କରିଥିଲେ । ତେବେ ସଲ୍ଟ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ମୟଙ୍କ ୨୪ ରନ କରିଥିବାବେଳେ ବିରାଟ ୪୩ ରନ କରିଥିଲେ । ସେହିପରି ରଜତ ପଟିଦାର ୨୬ ରନ କରିଥିବାବେଳେ ଲିଆମ ଲିଭିଙ୍ଗଷ୍ଟୋନ ୨୫ ରନ କରିଥିଲେ । ଜିତେଶ ଶର୍ମା ୨୪ରନ ଓ ରୋମାରିଓ ସେଫର୍ଡ ୧୭ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୯୦ ରନ କରିଥିଲା । ପଂଜାବ ପକ୍ଷରୁ ଅର୍ଶଦୀପ ସିଂ ଓ କାଇଲ ଜେମିସନ ୩ଟି ଲେଖାଏଁ ୱିକେଟ ନେଇଥିଲେ ।