ନୂଆଦିଲ୍ଲୀ, : ସାଉଥ ଅଭିନେତା ବିଜୟ ଦେବରକୋଣ୍ଡା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ରଶ୍ମିକାଙ୍କ ସହ ରିଲେସନସିପକୁ ନେଇ ତ ଆଉ କେତେବେଳେ ପ୍ରଫେସନାଲ ଲାଇଫକୁ ନେଇ । କିନ୍ତୁ, ଗତ କିଛି ଦିନ ଧରି ବିଜୟ ତାଙ୍କର ଏକ ବୟାନ ଯୋଗୁଁ ବିବାଦ ମଧ୍ୟକୁ ଟାଣିହୋଇ ଯାଇଛନ୍ତି । ଆଦିବାସୀ ସମୁଦାୟର ଭାବନାକୁ ଆଘାତ ଦେଉଥିବା ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଏସ୍ସି/ଏସ୍ଟି ଆଇନ ଅନୁଯାୟୀ ଏକ ମାମଲା ଦାଖଲ କରାଯାଇଛି । ଘଟଣାଟି ଏପ୍ରିଲ ୨୬ର । ଯେତେବେଳେ ବିଜୟ ହାଇଦ୍ରାବାଦରେ ‘ରେଟ୍ରୋ\’ ଫିଲ୍ମର ପ୍ରି-ରିଲିଜ୍ ଇଭେଣ୍ଟରେ ପହଞ୍ଚିଥିଲେ । ଏହି ସମୟରେ ସେ ଆଦିବାସୀ ସମୁଦାୟ ଉପରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହା ସେମାନଙ୍କ ପାଇଁ ଅପମାନଜନକ ଥିଲା । ଏହାପରେ ସାଇବରାବାଦର ରାଇଦୁର୍ଗମ୍ ପୋଲିସ ଷ୍ଟେସନରେ ଅଭିନେତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହି ମାମଲାରେ ଅଭିନେତା କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- \”ଏହା ଏବେ ମୋର ନଜରକୁ ଆସିଛି ଯେ ରେଟ୍ରୋ ଅଡିଓ ଲଞ୍ଚ ଇଭେଣ୍ଟ ସମୟରେ ମୋ ଦ୍ୱାରା ଦିଆଯାଇଥିବା ଏକ ମନ୍ତବ୍ୟ କିଛି ସଦସ୍ୟଙ୍କ ମଧ୍ୟରେ ବିବାଦ ଏବଂ ଚିନ୍ତା ସୃଷ୍ଟି କରିଛି । ମୁଁ ଆନ୍ତରିକତାର ସହ ସ୍ପଷ୍ଟ କରିବାକୁ ଚାହୁଁଛି ଯେ କୌଣସି ସମୁଦାୟକୁ, ବିଶେଷକରି ଅନୁସୂଚିତ ଜନଜାତିଙ୍କୁ, ଆଘାତ ଦେବା କିମ୍ବା ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା । ଯାହାକୁ ମୁଁ ଗଭୀର ଭାବରେ ସମ୍ମାନ କରେ ଏବଂ ଆମ ଦେଶର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ବିବେଚନା କରେ ।’