ଆସିକାରେ ୫-ଟି ଅଧ୍ୟକ୍ଷ : ବିଭିନ୍ନ ପ୍ରକଳ୍ପର ଘୋଷଣା

5T Chairperson in Asika: Announcement of various projects

0 177

ଆସିକା,୧୭ା୧୨ : ଆସିକାର ମାଆ ଖମ୍ବେଶ୍ୱରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ରୂପାନ୍ତରଣ ନେଇ ଶ୍ରଦ୍ଧାଳୁ ଓ ପୂଜକଙ୍କ ସହ ଆଲୋଚନା କରିଛନ୍ତି। ଖମ୍ବେଶ୍ୱରୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଏକ କୋଟି ୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମନ୍ଦିରର ଉନ୍ନତିକରଣ ସହ ପରିସରରେ କଲ୍ୟାଣମଣ୍ଡପ, ଦୀପଘର, ଭୋଜନାଳୟ, ପବ୍ଲିକ ଟଏଲେଟ ନିର୍ମାଣ କରାଯିବ। ରାଜ୍ୟ ସବୁ ମନ୍ଦିରର ରୂପାନ୍ତରଣ କରାଯାଉଛି। ତାରାତାରିଣୀ ଓ ଶ୍ରୀମନ୍ଦିର ମନ୍ଦିର ଭଳି ଏହି ମନ୍ଦିରକୁ ମଧ୍ୟ ରୂପାନ୍ତରିତ କରାଯିବ। ରାଜ୍ୟର ସବୁ ସ୍କୁଲ, କଲେଜ ଓ ଡାକ୍ତରଖାନାର ରୂପାନ୍ତରଣ କରି ରାଜ୍ୟବାସୀଙ୍କୁ ସବୁ ସୁବିଧା ଯୋଗାଇ ଦିଆଯାଉଛି। ଖୁବଶୀଘ୍ର ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ପ୍ରତି ପଞ୍ଚାୟତରେ ବସ ସହିତ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଉଛି। ସମସ୍ତେ ଏକାଠି ହୋଇ ନୂଆ ଓଡ଼ିଶା ଗଠନ କରିବାକୁ ପାଣ୍ଡିଆନ ଆହ୍ୱାନ ଦେଇଛନ୍ତି। ଏହା ପୂର୍ବରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଆଠଗଡ଼ ପାଟଣା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ସ୍ଥିତି ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ। ୫- ଟି ଅଧ୍ୟକ୍ଷ ଗଞ୍ଜାମ ଗସ୍ତରେ ଆସି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଆଠଗଡ଼ ପାଟଣା ଜଗତ୍ତାଥ ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସାତଟି କଲେଜକୁ ୬ କୋଟି ଟଙ୍କା ଏବଂ ମାତା ସରସ୍ୱତୀ ମନ୍ଦିର ଏକ କୋଟି ଟଙ୍କା , ମହାମୟୀ ମନ୍ଦିରକୁ ୫୦ଲକ୍ଷ ଟଙ୍କା ଏବଂ କୋଦଳା ଦଣ୍ଡେଶ୍ୱର ମନ୍ଦିରକୁ ୫୦ଲକ୍ଷ ଟଙ୍କା ପ୍ରଦାନ ସହ ନିର୍ବାଚନ ମଣ୍ଡଳୀର ସମସ୍ତ ମନ୍ଦିରକୁ ୪୦କୋଟି ଟଙ୍କା ସରକାର ପ୍ରଦାନ କରିଛନ୍ତି। ଆଉ ଯଥାଶୀଘ୍ର ଆପଣମାନଙ୍କ ନିମନ୍ତେ ଲକ୍ଷ୍ମୀ ବସ ଆସୁଅଛି। ସ୍ୱାସ୍ତ୍ୟ ଶିକ୍ଷା ଗମନାଗମନ ସବୁଠି ମାନ୍ୟବର ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି ଆଉ ଆପଣମାନଙ୍କ ପାଇଁ କାମ କରୁଛନ୍ତି। ଶରଣ ଶ୍ରୀକ୍ଷେତ୍ର ମାରଦା ଜଗନ୍ନାଥ ମନ୍ଦିରରେ ମଧ୍ୟ ପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷୟ ରୂପାନ୍ତରୀକରଣ ଲାଗି ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କା ମଞ୍ଜୁର କରିବା ଯୋଗୁ ଏବେ ଉନ୍ନତ ରାସ୍ତା ହୋଇଛି ବୋଲି କହିଛନ୍ତି ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ କହିଛନ୍ତି ସେ ଜିଲ୍ଲାପାଳ ଥିବା ବେଳେ ଏଠାକୁ ଆସିଥିଲେ। ମାତ୍ର ସ୍ଥିତି ଏବେ ଅନେକ ବଦଳିଛି। ପଞ୍ଚାୟତର ପ୍ରତ୍ୟେକ ହାଇସ୍କୁଲ ରୂପାନ୍ତରୀକରଣ ହୋଇଛି। ଗରିବ ଲୋକ ଘରୋଇ ବିଦ୍ୟାଳୟରେ ସେମାନଙ୍କ ପିଲାଙ୍କୁ ପଢାଇ ପାରିବେ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ସରକାରୀ ସ୍କୁଲରେ ଏଭଳି ବ୍ୟବସ୍ଥା କରିଛନ୍ତି। ସ୍କୁଲ ପରେ ହାୟରସେକେଣ୍ଡାରି ସ୍କୁଲ ଏବଂ କଲେଜ ଗୁଡିକର ରୂପାନ୍ତରିକରଣ ହୋଇଛି। ପ୍ରତି ପଞ୍ଚାୟତରେ ଥିବା ପୁରାତନ ମନ୍ଦିରର ପୁନରୁଦ୍ଧାର ସହ ରୂପାନ୍ତରିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିବେ। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଉଛନ୍ତି। ଖୁବଶୀଘ୍ର ଏହି ଅଞ୍ଚଳରେ ଲକ୍ଷ୍ମୀ ବସ ଗଡିବ। ମହିଳାମାନେ ମାତ୍ର ୫ ଟଙ୍କାରେ ପଞ୍ଚାୟତରୁ ବ୍ଲକ୍‌ ପର୍ଯ୍ୟନ୍ତ ଯାଇପାରିବେ ବୋଲି କହିଛନ୍ତି ପାଣ୍ଡିଆନ। ଗଞ୍ଜାମ ଗସ୍ତରେ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌। ଏହି କ୍ରମରେ ଛତ୍ରପୁର ସୁନ୍ଦରେଶ୍ୱର ମନ୍ଦିରରେ ପହଞ୍ଚି ଜାରି ରହିଥିବା ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଏହାସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ୫-ଟି ଅଧ୍ୟକ୍ଷ। ସେହିପରି ବ୍ରହ୍ମପୁର ଏମକେସିଜି ଓ କୁସୁମୀ ରିଂ ରୋଡର ସମୀକ୍ଷା କରିବା ପରେ ରଙ୍ଗେଇଲୁଣ୍ଡା ଧବଳେଶ୍ୱର ମନ୍ଦିରରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମନ୍ଦିରରେ •ଲିଥିବା ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ଧବଳେଶ୍ୱର ମନ୍ଦିର ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ। ସେହିପରି ମନ୍ଦିର, ମସଜିଦ୍‌ ସହ ବିଭିନ୍ନ ଧର୍ମାନୁଷ୍ଠାନର ରୂପାନ୍ତରୀକରଣ କରାଯାଉଛି। ସମସ୍ତଙ୍କ ସହଯୋଗରେ ନୂଆ ଓଡ଼ିଶା ଗଠନ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌। ପ୍ରଥମେ ଏମକେସିଜି ମେଡିକାଲ କଲେଜରେ ପହଞ୍ଚି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ କହିଥିଲେ- ଏମକେସିଜିକୁ ସଶକ୍ତ କରାଯିବ। ଏଠାରେ ସବୁ ସୁବିଧା ଉପଲବ୍ଧ ହେବ। ଆଉ ବାହାରକୁ ଯିବାକୁ ପଡ଼ିବନି । ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ। କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଆହ୍ୱାନ ଦେଇଥିଲେ। ଏହାପରେ କୁସୁମୀରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ। କୁସୁମୀ ରିଂ ରୋଡ ନକ୍ସା ଦେଖିବା ସହ କାମର ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ । ସ୍ଥାନୀୟ ଲୋକଙ୍କୁ ଉଦ୍‌ବୋଧନ ଦେଇ ୫-ଟି ଅଧ୍ୟକ୍ଷ କହିଥିଲେ, ରିଂ ରୋଡ କାମ ଆରମ୍ଭ ହୋଇ ସାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ହେଲେ ଦେଢ଼ ବର୍ଷ ଭିତରେ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାସ୍ତା ହୋଇଯିବା ପରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଅଞ୍ଚଳର ଉନ୍ନତି ହେବ। ଲୋକଙ୍କୁ ରେଜଗାର ମିଳିବ। ରାସ୍ତା ପାଖରେ ଥିବା ସରକାରୀ ଜମି ଚିହ୍ନଟ କରି ଇଣ୍ଡଷ୍ଟ୍ରିଆଲ ପାର୍କ କରାଯିବ।

Leave A Reply

Your email address will not be published.