ଅନୁଗୁଳ, : କେନ୍ଦ୍ରରେ ମୋଦି ସରକାରର ୧୧ ବର୍ଷ ଓ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ୧ ବର୍ଷ ସରକାରର ବର୍ଷ ପୂର୍ତ୍ତିକୁ ଧୂମଧାମରେ ପାଳିବ । ବିଜେପି ସେବା ସୁଶାସନ ଓ ଗରିବ କଲ୍ୟାଣର କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟର ୧ ବର୍ଷ ବିଜେପି ସରକାରର ବର୍ଷ ପୂର୍ତ୍ତି ପାଇଁ ବୁଧବାର ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜୁନ ୫ ବିଶ୍ୱ ପର୍ଯ୍ୟାବରଣ ଦିବସରେ ସମସ୍ତ କାର୍ଯ୍ୟକର୍ତ୍ତା ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ ଆରମ୍ଭ କରାଯିବ ଏବଂ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ଜିଲ୍ଲାରେ ଏକ କର୍ମଶାଳା ଅନୁଷ୍ଠିତ ହେବ । ଜୁନ ୧୧ରୁ ଜୁନ ୧୮ ମଧ୍ୟରେ ସମସ୍ତ ମଣ୍ଡଳ ଏବଂ ଶକ୍ତିକେନ୍ଦ୍ରସ୍ତରରେ ବିକଶିତ ଓଡିଶା ବିକଶିତ ଭାରତ ସମାବେଶ ଅନୁଷ୍ଠିତ ହେବ ବୁଦ୍ଧିଜିବୀମାନଙ୍କର ସମାବେଶ ଅନୁଷ୍ଠିତ ହେବ । ଜୁନ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବା ସହ ଜୁନ ୨୩ରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ବଳିଦାନ ଦିବସ ଏବଂ ଜୁନ ୨୫ରେ ତତ୍କାଳୀନ କଂଗ୍ରେସ ସରକାର ଏମର୍ଜେନ୍ସି ଲାଗୁ କରିଥିବାର ୫୦ ବର୍ଷକୁ କଳା ଦିବସ ଭାବେ ପାଳିବ ବିଜେପି ବୋଲି ବୈଠକରେ ଆଲୋଚନା ହୋଇଥିଲା । ଆଜିର ବୈଠକରେ ଜିଲ୍ଲା ସଭାପତିଙ୍କ ସମେତ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ସୁଦିପ ଗଡ଼ନାୟକ ଓ ପ୍ରକାଶ ମହାରଣା, ଚୌଧୁରୀ ପ୍ରଧାନ, ବିଶ୍ୱଜିତ ମିଶ୍ର, ପର୍ଶୁରାମ ବାରିକ, ପ୍ରହଲ୍ଲାଦ ସାମଲ, ଦିଲ୍ଲୀପ ଦାସ, ଗୋପବନ୍ଧୁ ଗଡ଼ନାୟକ, ପ୍ରତ୍ୟୁଷ ରଞ୍ଜନ ପଣ୍ଡା ପ୍ରମୁଖ କୋର କମିଟି ସଦସ୍ୟ ଯୋଗ ଦେଇଥିଲେ । ଆଗାମୀ ଦିନର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ପାଇଁ ସଂଯୋଜକ ଭାବେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ସହ ସଂଯୋଜକ ଭାବେ ସୁଦିପ ଗଡ଼ନାୟକ ଓ ପ୍ରହଲ୍ଲାଦ ସାମଲଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ସମସ୍ତ ମଣ୍ଡଳରେ ମଣ୍ଡଳ ସଭାପତିଙ୍କ ସମେତ ୩ ଜଣଙ୍କୁ ସଂଯୋଜକ ଓ ସହ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି ।