ନୂଆଦିଲ୍ଲୀ, : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହୋଇଯାଇଛି । ମଙ୍ଗଳବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ସର୍ବଦଳୀୟ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ସହଯୋଗୀ ଦଳର ସାଂସଦମାନଙ୍କ ସହିତ ରାଧାକୃଷ୍ଣନଙ୍କର ପରିଚୟ କରାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ରାଧାକୃଷ୍ଣନ ଓବିସି ସମାଜରୁ ଆସିଛନ୍ତି । ସେ ଅତ୍ୟନ୍ତ ସରଳ । ବୁଧବାର ରାଧାକୃଷ୍ଣନ ନାମାଙ୍କନପତ୍ର ଦାଖଲ କରିବେ । ବିରୋଧୀ ଦଳଗୁଡ଼ିକ ବି ରାଧାକୃଷ୍ଣନଙ୍କୁ ସମର୍ଥନ କରିବା ଲାଗି ବୈଠକରେ ଆହ୍ୱାନ କରାଯାଇଛି । ସେ କିପରି ନିରପେକ୍ଷ ଭାବେ ବିଜୟୀ ହେବେ ସେଥିଲାଗି ଅନ୍ୟ ଦଳଗୁଡ଼ିକ ସହିତ ଆଲୋଚନା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଅନ୍ୟପଟେ ିରୋଧୀ ଦଳଗୁଡ଼ିକ ପକ୍ଷରୁ ବି ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିରୋଧୀଙ୍କ ପକ୍ଷରୁ ଉପରାଷ୍ଟ୍ରପତି ପଦବୀ ପାଇଁ ଆଶାୟୀଙ୍କ ନାମ ଉପରେ ଆଲୋଚନା ହୋଇପାରେ । ମିଳିଥିବା ସୂଚନା ଅନୁସାରେ, ବିରୋଧୀଙ୍କ ପ୍ରାର୍ଥୀ ରେସରେ ୩ ଜଣ ରହିଛନ୍ତି । ଡିଏମକେର ରାଜ୍ୟସଭା ସାଂସଦ ତିରୁଚି ଶିବା, ସିଏନ ଅନ୍ନାଦୁରୈ, ବଂ ତୁଷାର ଗାନ୍ଧୀଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି ।