ଓଡ଼ିଶାର ଚାନ୍ଦିପୁରରେ ଅଗ୍ନୀ-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Successful test-fire of Agni-5 missile in Chandipur, Odisha

0 27

ବାଲେଶ୍ୱର, : ଓଡ଼ିଶାର ଚାନ୍ଦିପୁରରେ ବୁଧବାର ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ପରୀକ୍ଷଣରେ ସମସ୍ତ କାର୍ଯ୍ୟକ୍ଷମ ଏବଂ ବୈଷୟିକ ପାରାମିଟର ନିଶ୍ଚିତ କରାଯାଇଥିଲା । ଏହା ଦେଶର ପ୍ରଥମ ଏବଂ ଏକମାତ୍ର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍‌
କ୍ଷେପଣାସ୍ତ୍ର (ଆଇସିବିଏମ୍‌) । ଅଗ୍ନି-୫ର ରେଞ୍ଜ ୫୦୦୦ କିଲୋମିଟରରୁ ଅଧିକ ରହିଛି । ସମଗ୍ର ଚୀନ୍ ଏହାର ରେଞ୍ଜ ମଧ୍ୟରେ ଆସିଥାଏ, ଯେତେବେଳେ ୟୁରୋପ ଏବଂ ଆଫ୍ରିକାର ଅନେକ ଅଂଶ ମଧ୍ୟ ଏହାର ରେଞ୍ଜ ମଧ୍ୟରେ ଅଛି । ଏହି କ୍ଷେପଣାସ୍ତ୍ର ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍ସ (ଏମ୍‌ଆଇଆର୍‌ଭି) ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ । ଅର୍ଥାତ, ଏହାକୁ ଲଞ୍ଚ କରାଯିବା ପରେ, ଏହା ଏକକାଳୀନ ଅନେକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିପାରିବ । ଅଗ୍ନି-୫ରେ ଦେଢ଼ ଟନ୍ ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରହିଛି । ଅଗ୍ନି ୫ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ପ୍ରମୁଖ ସଫଳତା । ଏହି କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ପ୍ରଣୟନ ପ୍ରଣାଳୀ, ରକେଟ୍‌, ଉନ୍ନତ ନାଭିଗେସନ୍ ୧୦୦ ପ୍ରତିଶତ ସ୍ୱଦେଶୀୟ ଏହାର ଗତି ହେଉଛି ମାକ୍ ୨୪, ଯାହା ଶବ୍ଦର ଗତିର ୨୪ ଗୁଣ । ବର୍ତ୍ତମାନ ଭାରତ ବ୍ୟତୀତ ବିଶ୍ୱର କେବଳ ଆଠଟି ଦେଶ ପାଖରେ ଇଣ୍ଟରକଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍ ମିସାଇଲ୍ (ଆଇସିବିଏମ୍‌) ଅଛି । ଏଥିରେ ରୁଷ, ଆମେରିକା, ଚୀନ୍‌, ଫ୍ରାନ୍ସ, ଇସ୍ରାଏଲ, ବ୍ରିଟେନ୍ ଏବଂ ଉତ୍ତର କୋରିଆ ଅନ୍ତର୍ଭୁକ୍ତ । ଅଗ୍ନି-୫ କ୍ଷେପଣାସ୍ତ୍ର ଏକ ଉନ୍ନତ ଏମ୍‌ଆଇଆର୍‌ଭି (ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲିଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍‌) ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ । ଏହାର
ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଶହ ଶହ କିଲୋମିଟର ଦୂରରେ ଥିବା ଅନେକ ଲକ୍ଷ୍ୟସ୍ଥଳକୁ ଗୋଟିଏ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇପାରିବ ।

Leave A Reply

Your email address will not be published.