କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

Deputy Chief Minister KV Singhdeo meets Union Power Minister Manohar Lal

0 59

ଭୁବନେଶ୍ୱର, 29/7: ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ଶକ୍ତି, ଗୃହ ଏବଂ ସହରୀ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି ଏବଂ ସେହି ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ବିଚାର ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ପ୍ରସଙ୍ଗ ଗୁଡ଼ିକ ମଧ୍ୟରେ, ପୁନର୍ବିନ୍ୟାସ କ୍ଷେତ୍ର ଯୋଜନା ଅଧୀନରେ ୩୦୬୯ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ଆଲୋଚନା ରହିଛି । ସେହିଭଳି, ଓଡ଼ିଶା ବାରମ୍ବାର ଘୂର୍ଣ୍ଣିଝଡ଼ ଏବଂ ବନ୍ୟାର ସମ୍ମୁଖୀନ ହେଉଥିବାରୁ, ବିପର୍ଯ୍ୟୟ ପ୍ରତିରୋଧୀ ଭିତିଭୂମି ପାଇଁ ମିଳିତ ଉପକୂଳରୁ ଚୟନିତ ସ୍ଥାନରେ ଭୂତଳ କେବୁଲ ବିଶେଷ କରି ଉପକୂଳବର୍ତୀ ୩୦ କିଲୋମିଟର ସହିତ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତିଭୂମି ପ୍ରସ୍ତାବ ରହିଛି । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତିଭୂମି ପାଇଁ ତୁରନ୍ତ କେନ୍ଦ୍ରୀୟ ଆର୍ôଥକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲା ଏବଂ ଏହାର ପାର୍ଶ୍ୱବର୍ତୀ ଅଂଚଳରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଉଥିବାରୁ, ଏନଏଲସି ତଲାବିରା ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପରୁ ଓଡ଼ିଶାକୁ ୮୦୦ ମେଗାୱାଟ ବିଦ୍ୟୁତ୍ ଆବଂଟନ କରିବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ସମୁଦାୟ ୩୨୦୦ ମେଗାୱାଟ ପ୍ରକଳ୍ପ କ୍ଷମତାରୁ ୧୨୦୦ ମେଗାୱାଟ ଓଡ଼ିଶା ପକ୍ଷରେ ରହିବ । ଏନଏଲସି ତଲାବିରା ପ୍ରଥମ ପର୍ଯ୍ୟାୟରେ ୪୦୦ ମେଗାୱାଟ କ୍ଷମତା ଓଡ଼ିଶାକୁ ଆବଂଟନ କରାଯାଇଥିଲା । ଓଡ଼ିଶା ଏହାର ବିଦ୍ୟୁତ୍ କ୍ଷେତ୍ର ବିକାଶରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି । ଏହି ମଞ୍ଜୁରୀ ଦ୍ୱାରା ଓଡ଼ିଶା କେବଳ ଏହାର ଜନସାଧାରଣଙ୍କୁ ଲାଭବାନ କରିବ ନାହିଁ ବରଂ ସାରା ଦେଶରେ ନିର୍ଭରଯୋଗ୍ୟ ଓ ସ୍ଥାୟୀ ବିଦ୍ୟୁତ୍ ଭିତିଭୂମି ସୁନିଶ୍ଚିତ କରିବା ଲକ୍ଷ୍ୟରେ ମଧ୍ୟ ଯୋଗଦାନ କରିବ ।

Leave A Reply

Your email address will not be published.