ଫୁଲବାଣୀ,: ଚଳିତ ବର୍ଷ ଖରିଫ ·ଷ ପାଇଁ କନ୍ଧମାଳରେ ପାଗ ଅନୁକୂଳ ରହିଛି । ଜୁନ-ଜୁଲାଇରେ ଗତ ବର୍ଷ ଅପେକ୍ଷା ଏଥରକ ଭଲ ବର୍ଷା ହୋଇଛି । ମୌସୁମୀର ପହିଲି ବର୍ଷା ପରେ ବିଲକୁ ଓହ୍ଲାଇଛି ·ଷୀ । ଜିଲ୍ଲାର ଅଧୁକାଂଶ ଧାନ ଜମିରେ ବର୍ତ୍ତମାନ ତଳି ପଡ଼ିବା ପ୍ରକ୍ରିୟା ·ଲିଛି । ସୂଚନା ଅନୁଯାୟୀ ଗତ ବର୍ଷ ଜୁନରେ କନ୍ଧମାଳରେ ୧୧୫.୭୪ ମିମି
ଅନୁପାତରେ ସମୂଦାୟ ୯୨୩ ମିମି ବର୍ଷା ହୋଇଥିବା ବେଳେ ଜୁଲାଇର ପ୍ରଥମ ସପ୍ତାହରେ ୩.୩୫ ହାରାହାରିରେ ସମୂଦାୟ ୩୨୨.୩ ମିମି ବର୍ଷା ହୋଇଥିଲା । ଚଳିତ
ବର୍ଷ ଜୁନରେ ୨୧୭.୧୪ ହାରାହାରିରେ ସମୂଦାୟ ୨୬୦୩ ମିମି ବର୍ଷା ହୋଇଛି । ସେହି ଭଳି ଜୁଲାଇର ପ୍ରଥମ ସପ୍ତାହରେ ୧୫.୨୧ ହାରାହାରିରେ ୧୫୨୧ ବର୍ଷା ହୋଇଛି । ବର୍ଷା ସ୍ୱାଭାବିକ ଠାରୁ ଅଧିକ ରହିଥିବାରୁ ଏହା ଖରିଫ ·ଷର ପ୍ରସ୍ତୁତି ପାଇଁ ଅନୁକୂଳ ହୋଇଛି । ସେ ଅନୁଯାୟୀ ·ଷୀ ସହିତ କୃଷି ବିଭାଗ ମଧ୍ୟ ତାର ପ୍ରସ୍ତୁତି ଆରମ୍ଭକରି ଦେଇଛି । ଜିଲ୍ଲା କୃଷି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳରେ ଚଳିତ ଖରିଫ ଋତୁରେ ସମୁଦାୟ ୯୧, ୫୭୬ ହେକ୍ଟର ଜମିରେ ·ଷ ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥି ମଧ୍ୟରୁ ୪୦,୩୫୫ ହେକ୍ଟରରେ ଧାନ ·ଷ କରାଯିବ । ଏଥି ସହିତ ୭୪୨୮ ହେକ୍ଟରରେ ମକା, ୯୭୦୦ ହେକ୍ଟରରେ ମାଣ୍ଡିଆ ଜାତୀୟ ଫସଲ, ୭୩୨୮ ହେକ୍ଟରରେ ଡାଲି ଜାତୀୟ ଫସଲ, ୩୭୨୯ ହେକ୍ଟରରେ ତୈଳବୀଜ, ୧୨, ୪୭୦ ହେକ୍ଟରରେ ପରିବା, ୮୪୦୩ ହେକ୍ଟରରେ ମସଲା ଜାତୀୟ ଫସଲ ଓ ୬୪୦ ହେକ୍ଟରରେ କପା ଓ ୧୫୨୩
ହେକ୍ଟରରେ ଅନ୍ୟାନ୍ୟ ଫସଲ ପାଇଁ ଲକ୍ଷ୍ୟ ରଖା ଯାଇଥିବା ଜିଲ୍ଲା ସହକାରୀ କୃଷି ଅଧିକାରୀ ରାମ ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି । ଠିକ ସମୟରେ ଆବଶ୍ୟକ ଅନୁଯାୟୀ ବର୍ଷା ହୋଇଥିବାରୁ ଜିଲ୍ଲାରେ ଚଳିତ ବର୍ଷ ଖରିଫ ·ଷରୁ ଭଳ ଉତ୍ପାଦନ ହେବା ଆଶା କରୁଛି କୃଷି ବିଭାଗ । ଧାନ·ଷ ପାଇଁ ସରକାରଙ୍କ ପକ୍ଷରୁ ସବ୍ସିଡି ଦରରେ ·ଷୀଙ୍କୁ ବିହନ ଯୋଗାଇ ଦିଆଯାଇଛି । ଜିଲ୍ଲାରେ ରହିଥିବା ୨୨ଟି ଲ୍ୟାମ୍ପସ୍ ଲ୍ୟାମ୍ପସ୍ ଦ୍ୱାରା ବର୍ତ୍ତମାନ ସୁଦ୍ଧା ସମୂଦାୟ ୫୭୨ କ୍ୱିଣ୍ଟାଲ ଧାନ ବିହନ ଯୋଗାଇ ଦିଆ ଯାଇଥିବା ସମବାୟ ଅଧିକାରୀ ଗଙ୍ଗାଧର କହଁର ସୂଚନା ଦେଇଛନ୍ତି କନ୍ଧମାଳରେ ପ୍ରାୟ ୬୫ ଭାଗ ଜମି ଜଙ୍ଗଲ ଆଚ୍ଛାଦିତ ହୋଇଥିବା ବେଳେ ·ଷ ଜମିର ପରିମାଣ ମଧ୍ୟ କମ । ଏଥିସହିତ ଜଳସେଚିତ ଜମିର ପରିମାଣ ୨୦ ପ୍ରତିଶତରୁ କମ ରହିଛି । ଷୀମାନେ ମୁଖ୍ୟତଃ ବର୍ଷା ଉପରେ ନିର୍ଭରଶୀଳ । ଚଳିତ ବର୍ଷ ପ୍ରଥମରୁ ହିଁ ଭଲ ବର୍ଷା ହୋଇଥିବାରୁ ·ଷୀ ଖରିଫ ଋତୁରେ ଭଲ ଫସଲ ଆଶା କରୁଛି ।