ଧର୍ମଗଡ଼ : ବିଜୁ ଜନତା ଦଳ ତରଫରୁ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଯଥା ମଣ୍ଡି ମାନଙ୍କରେ ଥିବା ଚାଷୀଙ୍କ ଧାନ ଶୀଘ୍ର କିଣିବା, ଲେପ୍ସ ହୋଇଥିବା ଟୋକନ କୁ ପୁନଃ ଇସୁ କରିବା, ବର୍ଷା ରେ ଭିଜି ଯାଇଥିବା ଚାଷୀଙ୍କ କ୍ଷୟକ୍ଷତି ଦେବା, କଟନି ଛଟନି ବନ୍ଦ କରିବା, ଚାଷୀଙ୍କୁ ଧାନ ବସ୍ତା ପ୍ରଦାନ ଭଳି ବିଭିନ୍ନ ସମସ୍ୟା ନେଇ ବିଜୁ ଜନତା ଦଳ ତରଫରୁ ଧର୍ମଗଡ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କି ଙ୍କୁ ଦାବିପତ୍ର ପ୍ରଧାନ କରାଯାଇଥିଲା। ଖୋଲା ଆକାଶ ତଳେ ମଣ୍ଡି ମାନଙ୍କରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଥିବା ବେଳେ ଲଘୁଚାପ ଜନିତ ବର୍ଷା ରେ ଚାଷୀଙ୍କ ଧାନ ଭିଜି ଗଜା ହୋଇଯାଇଛି । ଚାଷୀ ମଣ୍ଡିରେ ୧୫ ରୁ ୨୦ ଦିନ ଧରି ଦିନ ରାତି ନିଜ କଷ୍ଟ ଉପାର୍ଜିତ ଶୁଖା ଧାନ ଜଗି ବସୁଛନ୍ତି। ଚାଷୀଙ୍କ ଟୋକ ମଧ୍ୟ ଲେପ୍ସ ହେଉଥିବା ଅଭିଯୋଗ ହୋଇଛି। ଦିନକୁ ଗୋଟିଏ କିମ୍ବା ଦୁଇଟି ଗାଡି ଆସୁଥିବାରୁ ଧର୍ମଗଡ ବ୍ଲକ ର ବୋଡେନ, ଖଇରପଦର, ନନ୍ଦ ଗାଁ, ଧର୍ମଗଡ ଭଳି ବିଭିନ୍ନ ମଣ୍ଡି ରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଥିବା ଦାବିପତ୍ର ରେ ଉଲ୍ଲେଖ ରହିଛି। ସରକାର ତୁରନ୍ତ ଚାଷୀଙ୍କ ଧାନ କ୍ରୟ ନ କଲେ ଆଗାମୀ ୫ ଦିନ ମଧ୍ୟରେ ରାଜରାସ୍ତାରେ ଓଲ୍ହାଇ ବାକୁ ବାଧ୍ୟ ହେବୁ ବୋଲି ବିଜୁ ଜନତା ଦଳ ଜିଲ୍ଲା ଉପସଭାପତି ଥବିର ପ୍ରସାଦ ସାହୁ, ଜିଲ୍ଲା ସମ୍ପାଦକ ଗୌରଚନ୍ଦ୍ର ଛତ୍ରିଆ, ଯୁବ ନେତା ଡାକେସ୍ବର ଲହଜଳ, ବ୍ଲକ ସଭାପତି ଟିକମନ ଯାଦବ, ଜୋନ ୧ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ଜୋନ ୩ ଜିଲ୍ଲାପରିଷଦ ସଭ୍ୟ ପ୍ରଣବ ପ୍ରକାଶ ଭଏସାଲ, ବ୍ଲକ ସଭାପତି ଟିକମନ ଯାଦବ, ସନ୍ତୋଷ ପାଢ଼ୀ , ସୁନୀଲ ଭଏସାଲ, ରତନ ନାଏକ, ଲବଣି ରାଉତ, ଗୌର ବାଗ, ସମେତ ଅନେକ ବିଜେଡି କର୍ମି ଚେତାବନୀ ଦେଇଛନ୍ତି ।