ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

0 38

ଖୋର୍ଦ୍ଧା, : ଜିଲ୍ଲା ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣକ୍ଷଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମିଳିତ ଜନ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ଉପ-ଜିଲ୍ଲାପାଳ, କିଶୋର କୁମାର ପଣ୍ଡା, ଡେପୁଟି କଲେକ୍ଟର (ଜରୁରୀ) ଶ୍ରୀତପା ମିଶ୍ର, ସହକାରୀ ଜିଲ୍ଲାପାଳ, (ଅଭିଯୋଗ) ଭୁବନେଶ୍ୱରୀ କଅଁର ପ୍ରମୁଖ ଯୋଗଦେଇଥିଲେ । ଏହି ଜନ ଶୁଣାଣି ଶିବିରକୁ ମୋଟ ୬୭ଟି ଅଭିଯୋଗ ହୋଇଥିବା ବେଳେ ତନ୍ମଧ୍ୟରୁ ୬୨ଟି ଅଭିଯୋଗ ବ୍ୟକ୍ତିଗତ ଏବଂ ୫ଟି ଅଭିଯୋଗ ସମୂହ ସମସ୍ୟା ଜନିତ ଥିଲା । ସମସ୍ତ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇ ସେଗୁଡିକୁ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ନିର୍ଦ୍ଦେଶ ଦେଇଥିଲେ । ଜରୁରୀ ସ୍ୱାସ୍ଥ୍ୟ ସେବା ଜନିତ ୩ଜଣ ଅଭିଯୋଗକାରୀଙ୍କ
ଦରଖାସ୍ତକୁ ବିଚାର କରାଯାଇ ୫ହଜାର ଟଙ୍କା ଲେଖାଏଁ, ପ୍ରମୋଦ କୁମାର ମାର୍ଥା, ବେଗୁନିଆ, ରସିଦା ବିବି, କେରଙ୍ଗ, ଖୋର୍ଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏବଂ ବାସୁଦେବ ପାତାଳ ସିଂହ, ବେଗୁନିଆଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଯୋଗାଇ ଦିଆଯାଇଥିଲା । ଜନଶୁଣାଣି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଜନ, ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀ, ଇଂ ଶିବଲାଲ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଇଂ ରଶ୍ମିତା ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଦିଲ୍ଲୀପ କୁମାର ହିଆଲ, ଖୋର୍ଦ୍ଧା, ପୌର ପରିଷଦ ନିର୍ବାହୀ ଅଧିକାରୀ, ରିଜ୍ୱାନା କାକ୍ୱାବ, ମଣ୍ଡଳ ଉନ୍ନୟନ ଅଧିକାରୀ, ଖୋର୍ଦ୍ଧା, କ୍ଷୀରାଦୀ ତନୟା ସାହୁ, ଜିଲ୍ଲା ପଞ୍ଚୟତ ଅଧିକାରୀ, ଶ୍ୟାମଳେନ୍ଦୁ ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ସୋନାମିକା ରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗିତାଂସୁ ମୋହନ ଦାଶଙ୍କ ସମେତ ଜିଲ୍ଲା ର ସମସ୍ତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.