ଟାଟା ପାୱାରର ପକ୍ଷରୁ ‘ଓଃ ମାଇଁ ବିଉଟିଫୁଲ୍‌ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଜେତାଙ୍କୁ ସମ୍ବର୍ଦ୍ଧନା

Tata Power congratulates the winners of the 'Oh My Beautiful Odisha' programme.

0 156

ଭୁବନେଶ୍ୱର, : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ‘ଓଃ ମାଇଁ ବିଉଟିଫୁଲ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରିବା ଲାଗି ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଓଡ଼ିଶାର ସଂସ୍କୃତି, ପ୍ରକୃତି, ସ୍ଥାପତ୍ୟ, ଓ ଐତିହ୍ୟକୁ ନେଇ ଆୟୋଜିତ ଏହି ଅଭିଯାନରେ ସାରା ଓଡ଼ିଶାରୁ ୭୦୦୦ ରୁ ଅଧିକ ଫଟୋଗ୍ରାଫରଙ୍କ ଆବେଦନ ସହ ବିପୁଳ ସମର୍ଥନ କରିଥିଲା। ଭୁବନେଶ୍ୱରରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ପାୱାରର ଟ୍ରାନ୍ସମିଶନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ ସଭାପତି ସଞ୍ଜୟ ବାଙ୍ଗା, ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ, ଟିପିଡବ୍ଲୁଓଡିଏଲ୍‌ର ସିଇଓ ଗଜାନନ କାଲେ, ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାର ଏବଂ ଟିପିଏସ୍‌ଓଡିଏଲ୍‌ର ସିଇଓ ଅମିତ ଗର୍ଗଙ୍କ ସହ ଅନ୍ୟ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ସମାବେଶ ବିଜେତାମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କଳାତ୍ମକ ଅବଦାନ ପାଇଁ ପ୍ରଶଂସା କରିଥିବା ବେଳେ ଓଡ଼ିଶାର ସୌନ୍ଦର୍ଯ୍ୟ ଓ ଭାବକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିଥିଲା। ଆବେଦନଗୁଡ଼ିକ ଯତ୍ନର ସହ ମୂଲ୍ୟାୟନ ପରେ ଶ୍ରେଷ୍ଠ ୧୩ ଜଣ ବିଜେତାଙ୍କୁ ଚୟନ କରାଯାଇଥିଲା। ଏହି ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଟିପି ଓଡ଼ିଶା ୨୦୨୪ କ୍ୟାଲେଣ୍ଡରରେ ସ୍ଥାନ ପାଇବାର ସୁଯୋଗ ସହିତ ପୂର୍ବରୁ ଦର୍ଶାଯାଇଥିବା ସର୍ତାବଳୀ ଅନୁଯାୟୀ ନଗଦ ୧୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ସାର୍ଟିର୍ଫିକେଟ୍‌ ପ୍ରଦାନ କରାଯାଇଥିଲା। ବିଜୟୀ ଆବେଦନଗୁଡ଼ିକ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉତୋଳନ କରିବା ସହ ସେମାନଙ୍କ କ୍ୟାମେରା ଲେନ୍‌ସରେ ଏହାର ସାଂସ୍କୃତିକ ଐତିହ୍ୟକୁ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ କହିଛନ୍ତି ଯେ,ଟାଟା ପାୱାର ସାରା ରାଜ୍ୟରେ ଅଗଣିତ ଜୀବନକୁ ଆଲୋକିତ କରୁଛି ଏବଂ ରାଜ୍ୟରେ ବିଦ୍ୟୁତ ଭିତିଭୂମିର ଉନ୍ନତି ଦିଗରେ ନିରନ୍ତର କାର୍ଯ୍ୟ କରୁଛି। ନୂଆବର୍ଷର ପ୍ରାରମ୍ଭରେ ‘ଓଃ ମାଇଁ ବିଉଟିଫୁଲ୍‌ ଓଡ଼ିଶା’ କ୍ୟାଲେଣ୍ଡର ଜରିଆରେ ସେମାନେ ଭୂଭାଗ, ସଂସ୍କୃତି ଓ ଐତିହାସିକ ସ୍ଥଳଗୁଡ଼ିକୁ ପ୍ରଦର୍ଶିତ କରିବାକୁ ପ୍ରୟାସ କରିଛନ୍ତି, ଯାହା ଓଡ଼ିଶାବାସୀଙ୍କ ପାଇଁ ଏକ ଉପହାର ହେବ। ଗ୍ରାହକ, ବିଶେଷ କରି ଯୁବବର୍ଗଙ୍କ ସହ ଯୋଡ଼ି ହେବା ପାଇଁ ଏଭଳି ଅଧିକ ପଦକ୍ଷେପ ନେବାକୁ ମୁଁ ସେମାନଙ୍କୁ ଅନୁରୋଧ କରିବି। ପ୍ରଶଂସନୀୟ କାର୍ଯ୍ୟ ପାଇଁ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଉଛି। ଟାଟା ପାୱାରର ଟିଆଣ୍ଡଡି ସଭାପତି ସଞ୍ଜୟ ବାଙ୍ଗା କହିଛନ୍ତି ଯେ,ଟାଟା ପାୱାର ଓଡ଼ିଶା ଡିସକମ୍‌ ଗୁଡ଼ିକ ବିଦ୍ୟୁତ ବଣ୍ଟନ ସେବା ଏବଂ ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ଅଭିବୃଦ୍ଧି ଓ ବିକାଶ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଓଡ଼ିଶା ନୂଆ ଶିଖର ଛୁଇଁବ ଏବଂ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହାକୁ ଅନୁସରଣ କରିବାର ଏକ ମଡେଲ ପାଲଟିବ। ସାରା ରାଜ୍ୟର ଫଟୋଗ୍ରାଫିପ୍ରେମୀଙ୍କ ଠାରୁ ଏଭଳି ଉତ୍ସାହଜନକ ପ୍ରତିକ୍ରିୟା ପାଇ ଆମେ ଆନନ୍ଦିତ। କେବଳ କଳା ପ୍ରତିଭାକୁ ସ୍ୱୀକୃତି ଦେବା ନୁହେଁ ବରଂ ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନରପ୍ରଚାର ପ୍ରସାରରେ ଯୋଗଦାନ ଦେଉଥିବା ଏକ ପଦକ୍ଷେପର ଅଂଶ ହୋଇ ଆମେ ଗର୍ବିତ। ମୁଁ ‘ଓଃ ମାଇଁ ବିଉଟିଫୁଲ୍‌ ଓଡ଼ିଶା ଫଟୋଗ୍ରାଫି’ ପ୍ରତିଯୋଗିତାର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଉଛି। ଗ୍ରାହକଙ୍କ ସହ ଯୋଡ଼ି ହେବା ପାଇଁ ଆମେ ଏଭଳି ଆହୁରି ଅନେକ ପଦକ୍ଷେପ ଗ୍ରହଣ କରିବୁ।‘ଓଃ ମାଇଁ ବିଉଟିଫୁଲ୍‌ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାରେ ଟାଟା ପାୱାରର ନିରନ୍ତର ବିକାଶ ଏବଂ ଗୋଷ୍ଠୀ ସମୃଦ୍ଧି ପାଇଁ ପ୍ରତିବଦ୍ଧତା ସହିତ ନିରବଚ୍ଛିନ୍ନ ଭାବରେ ଯୋଡ଼ି ହୋଇଛି। ଓଡ଼ିଶାର ଅନନ୍ୟ ଆକର୍ଷଣକୁ ଦର୍ଶାଉଥିବା ଦୃଶ୍ୟ ବର୍ଣ୍ଣନାରେ ଯୋଗଦାନ କରିବାକୁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରି ଏହି ପ୍ରତିଯୋଗିତାରେ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ବଢ଼ାଇବାକୁ ପ୍ରୟାସ କରାଯାଇଥିଲା।

Leave A Reply

Your email address will not be published.