ଟ୍ରକ୍ କୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ । ସମସ୍ତ ଯାତ୍ରୀ ସୁରକ୍ଷିତ

0 54

ବ୍ରହ୍ମପୁର :  ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ମାରୁତି ସୁଜକି ସୋରୁମ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ । ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ  ସମସ୍ତ ୪୧ ତୀର୍ଥ ଯାତ୍ରୀ ସୁରକ୍ଷିତ ଅଛନ୍ତି ।  ସୂଚନା ପ୍ରକାରେ ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ମାରୁତି ସୁଜିକ ସୋରୁମ ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି। ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକକୁ ଧକ୍କା ଦେଇଥିଲା ।ଶନିବାର ସକାଳେ  ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ବସ୍ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ କାଶୀ ବିଶ୍ଵନାଥ ଦର୍ଶନ କରି ତୀର୍ଥ ଯାତ୍ରୀ ମାନଙ୍କୁ ନେଇ ଆନ୍ଧ୍ର ଅଭିମୁଖେ ବସ୍ ଟି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ବସ୍ ରେ ଥିବା ସମସ୍ତ ୪୧ ତୀର୍ଥ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସେପଟେ ଜାତୀୟ ରାଜପଥ ପେଟ୍ରୋଲିଂ ଟିମ୍ ଓ ପୋଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.