ଟ୍ରକ କୁ ପଛ ପଟୁ ପିଟି ଯାତ୍ରୀବାହୀ ବସ ଦୁର୍ଘଟଣା, ଜଣେ ମୃତ,୫ ଗୁରୁତର ,ପୁଲିସ ର ତଦନ୍ତ ଜାରି।

0 83
ଧର୍ମଗଡ଼ : ଭୁବନେଶ୍ୱର ରୁ ଉମର କୋଟ ଯାଉଥିବା ରଘୁନାଥ ନାମକ ବସ ନମ୍ବର (ଓଡ଼ି ୨୫ ଜେ ୦୯୬୬) କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଆଜି ଭୋର ସମୟରେ ରାସ୍ତା କଡ଼ ରେ ପୂର୍ବରୁ ଛିଡା ହୋଇଥିବା ମାଲ ବୋଝେଇ ଏକ ଟ୍ରକ ନମ୍ବର (ୱବୁ ବି ୩୩ ଇ ୯୪୫୫) କୁ ପଛ ପଟୁ ପିଟି  ବସ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଟି ଏତେ ଜୋର ରେ ହୋଇଥିଲା ଯେ  ବସ ର ଆଗ ପଟ ଚୁରମାର ହୋଇଥିବା ବେଳେ ବସ ରେ ଥିବା ଅନେକେ ଯାତ୍ରୀ ବସ ମଧ୍ୟରେ ଫସି ରହିଥିଲେ। ଘଟଣା ପରେ  କିଛି ସ୍ଥାନୀୟ ଲୋକଙ୍କ ସହାୟତା ଓ ପରେ ଖବର ପାଇ କୋକସରା ଦମକଳ କର୍ମଚାରୀ ପହଞ୍ଚି ବସ ମଧ୍ୟରେ ଫସି ଥିବା ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ୫ ଜଣ ଜଟିଳ ଭାବେ ଗୁରୁତର ଥିବା ଜଣାପଡିଛି। ମୃତ ଯାତ୍ରୀ ହେଲେ ଝରିଗାଁ ବ୍ଲକ ର କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରା ବୋଳି ସୂଚନା ମିଳିଛି। ତାଙ୍କ ନିଜସ୍ଵ ଘର ନୟାଗଡ଼ ଜିଲ୍ଲା ର ବୋଳି ସୂଚନା ମିଳିଛି।କୋକସରା ଥାନା ପୁଲିସ ଓ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବସ ରେ ଥିବା ଅନ୍ୟ ଯାତ୍ରୀ ଙ୍କୁ ଅନ୍ୟ ଗାଡି ରେ ତାଙ୍କର ଗନ୍ତବ୍ୟ ସ୍ଥଳ କୁ ପଠାଇଥିଲେ। ଗୁରୁତର ଙ୍କୁ ପ୍ରାଥମିକ ଛି ପରେ ଉଚ୍ଚ ତର ଚିକିତ୍ସା ପାଇଁ ଅନ୍ୟତ୍ର ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଟ୍ରକ କୁ ଅଟକ ରଖାଯାଇଛି ଓ ଦୁର୍ଘଟଣା ର ଅନ୍ୟଦିଗ ନେଇ।ପୋଲିସ ର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।
Leave A Reply

Your email address will not be published.