ଡ଼ୁମାଣୀ ଖବର’ର କେନ୍ଦୁଝର ସଂସ୍କରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉନ୍ମୋଚିତ

Keonjhar edition of Dumani Jagat launched under the patronage of Chief Minister Mohan Charan Majhi

0 54

କେନ୍ଦୁଝର, : ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ତଥା ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ଆମ୍ଭର ଦୈନିକ ଓଡ଼ିଆ ଖବର କାଗଜ ‘ଡ଼ୁମାଣୀ ଖବର\’ର କେନ୍ଦୁଝର ସଂସ୍କରଣ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଅଛି । କେନ୍ଦୁଝର ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ମନମୁଗ୍ଧକର ପରିବେଶରେ ଲୋକଙ୍କ ଗହଣରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ପାଦକ ଡ଼.ଅକ୍ଷୟ କୁମାର ପଟ୍ଟନାୟକଙ୍କ ସହଯୋଗରେ ଉନ୍ମୋଚିତ କରି କେନ୍ଦୁଝର ସଂସ୍କରଣର ଉତ୍ତୋରୋତର ଉନ୍ନତି ତଥା ଶୁଭ କାମନା କରିଥିଲେ । ଏହା ସହ ବିଧାନସଭା ଉପମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ତେଲକୋଇ ବିଧାୟକ ଡ଼.ଫକୀର ମୋହନ ନାୟକ, ବିଜେପି କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହନ୍ତ ମଧ୍ୟ ସଂସ୍କରଣର ଉତ୍ତୋରୋତର ଉନ୍ନତି କାମନା କରିଥିଲେ । କେନ୍ଦୁଝରର ଆରାଧ୍ୟା ଦେବୀ ଘଟଗାଁ ସ୍ଥିତ ମା’ତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା ସହ ମା’ଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ । ଏହି ଉନ୍ମୋଚନ ପର୍ବରେ କାର୍ଯ୍ୟ ନିର୍ବାହୀ ସମ୍ପାଦକ ସିମାଞ୍ଚଳ ପଟ୍ଟନାୟକ, ପଞ୍ଚାନନ ସୁତ୍ରଧର, ସଶ୍ମିତା ପ୍ରଧାନ, ପ୍ରଭାତ କୁମାର ପ୍ରଧାନଙ୍କ ସମେତ କେନ୍ଦୁଝର ସଂସ୍କରଣର ସମସ୍ତ ପ୍ରତିନିଧି ଓ ବିତରକ ମଣ୍ଡଳୀ ଉପସ୍ଥିତ ଥିଲେ ।

 

 

 

 

Leave A Reply

Your email address will not be published.